IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସୁନ୍ଦର କାଣ୍ଡର ଏହି କାହାଣୀ ଯିଏ ଜାଣିଛି ସେହିଁ ମନୁଷ୍ୟ ଜୀବନରୁ ମୁକ୍ତି ପାଇଥାଏ, ବହୁତ ଲୋକ ଜାଣନ୍ତି ନାହିଁ

ଯେବେ ରାବଣ ମାତା ସୀତାଙ୍କୁ ଅପହରଣ କରିନେଇଥିଲେ ସେତେବେଳେ ପ୍ରଭୁ ରାମ ତାଙ୍କ ସାନ ଭାଇ ଲକ୍ଷ୍ମଣଙ୍କ ସାଙ୍ଗରେ ସୀତାଙ୍କୁ ଖୋଜି ଖୋଜି କିଷ୍କିନ୍ଧାରେ ପହଞ୍ଚିଥିଲେ । ସେଠାରେ ସୁଗ୍ରୀବଙ୍କ ସହ ଭେଟ ହୋଇଥିଲା । ସୁଗ୍ରୀବ ତାଙ୍କୁ ବଚନ ଦେଇଥିଲେ ସେ ମାତା ସୀତାଙ୍କୁ ଖୋଜିବାରେ ସାହାଯ୍ୟ କରିବେ ।

ରାମ ଜାଣିବାକୁ ପାଇଲେ କି ରାବଣ ମାତା ସୀତାଙ୍କୁ ଅପହରଣ କରିନେଇଛି ସେତେବେଳେ ହନୁମାନ ପ୍ରଭୁ ରାମଙ୍କ ଠୁ ଆଜ୍ଞା ନେଇ ଯାଇ ଲଙ୍କାରେ ପହଞ୍ଚିଥିଲେ । ସେଥି ପହଞ୍ଚି କଣଏବଂ କିପରି ହୋଇଥିଲା ସେଇ ବିଷୟରେ ଆସନ୍ତୁ ଜାଣିବା ।


ସୀତା ରାମଙ୍କ ମୁଦି ଦେଖି କହିଲେ ଏ ମୋ ସ୍ବାମୀ ଙ୍କ ମୁଦି ରାକ୍ଷସଙ୍କ ର ପାଖରେ କିପରି । ତାଙ୍କର ଆଉ କିଛି ହୋଇନିତ । ଏ ଅସମ୍ଭବ ମୋ ସ୍ବାମୀତ ତ୍ରିଲୋକର ସ୍ବାମୀ ତାଙ୍କର କେହି କିଛି କରିପାରିବ ନାହିଁ ଆଉ ଯଦି ତାଙ୍କର କିଛି ହୋଇଥାନ୍ତା ଏତେବେଳେକୁ ମୋ ଜୀବନ ଚାଲିଯାଇସାରନ୍ତାଣି । ସେଇ ସମୟରେ ଗଛ ପାଖରେ ଜୟ ଶ୍ରୀରାମ ଜୟ ଶ୍ରୀରାମ ଶୁଣି ସୀତା ଖୁସି ହୋଇଯାନ୍ତି ।

ଏବଂ କୁହନ୍ତି ମୋ ସ୍ବାମୀଙ୍କ ଗୁଣଗାନ କଲାବାଲା ମୋ ଆଗ ଆସ ମୁଁ ତମକୁ ଦେଖିବାକୁ ଚାହୁଁଛି । ଏହାଶୁଣି ହନୁମାନ ତଳକୁ ଆସିଯାନ୍ତି । ହେଲେ ମାତା ଏକ ବାନର କୁ ଦେଖି ଆଶର୍ଯ୍ୟ ହୋଇଯାନ୍ତି । ହନୁମାନ ମାତାଙ୍କୁ ପ୍ରଣାମ କାରନ୍ତି ଏବଂ କୁହନ୍ତି ହେ ଜାନକୀ ମୁଁ ପ୍ରଭୁଙ୍କର ଦୂତ ଅଟେ ।

ପ୍ରଭୁ ଙ୍କ କହିବାନୁସରେ ଏଠାକୁ ପ୍ରଭୁଙ୍କ ନିଶାନି ରୂପେ ଏ ଆଙ୍ଗୁଠି ଆଣିକି ଆସିଛି । ଏହା ଶୁଣି ମାତା କହିଲେ ମଣିଷ ଏହି ବାନର ସାଙ୍ଗ କିପରି ହେଲେ । ତାପରେ ହନୁମାନ ସବୁ ଘଟଣା ବିଷୟରେ କହିଲେ । ସବୁ ଶୁଣି ମାତା ସୀତାଙ୍କୁ ବିଶ୍ୱାସ ହେଲା ଏବଂ ତାଙ୍କ ଆଖିରୁ ଲୁହ ଝରିଆସିଲା ।

ଏହାପରେ ମାତା ପଚାରିଲେ ପ୍ରଭୁ ଏବଂ ଲକ୍ଷ୍ମଣକିପରି ଅଛନ୍ତି । ହନୁମାନ କହିଲେ ସେ ୨ଜଣ ଭଲ ଅଛନ୍ତି । ଆପଣଙ୍କ ପାଇଁ ଦୁଃଖୀ ଅଛନ୍ତି । ଏହାପରେ ମାତା ପଚାରିଲ ମୋ ସ୍ୱାମୀ ମୋ ପାଇଁ ସନ୍ଦେଶ ପଠାଇଛନ୍ତି ।

ହନୁମାନ କହିଲେ ପ୍ରଭୁ କହିଛନ୍ତି ହେ ସିତେ, ଯେ ଆପଣଙ୍କ ବିନା ମାନବ, ପତ୍ର ସବୁ ଅଗ୍ନି ସାମନ ହୋଇଗଲାଣି, ରାତି କାଳ ରାତିଠୁ ବି ଅଧିକ ଭୟଙ୍କର ଭଳି ଲାଗୁଛି । ଏମିତି ଲାଗୁଛି କି ମଣିଷ, ଚନ୍ଦ୍ର, ଶୀତଳ ଜାଗାରେ ସୂର୍ଯ୍ୟ ଭଳି ଗରମ ରହିଅଛି । ଏମିତି ଲାଗୁଛି କି ମାନବ, ପବନ ସବୁ ସାପ ଭଳି ବିଷ ହୋଇଗଲାଣି । ମୋ ଦୁଃଖ ମୁଁ କାହାକୁ କହିବି ।

ଏହାସୁଣି ମାତା ପ୍ରେମରେ ମୁଗ୍ଧ ହୋଇଗଲେ । ତାପରେ ହନୁମାନ କହିଲେ ଆପଣ ପ୍ରଭୁଙ୍କୁ ସ୍ମରଣ କରନ୍ତୁ ଏବଂ ଆପଣଙ୍କ ମନରୁ ଡର କାଢି ଦିଅନ୍ତୁ । ପ୍ରଭୁ ଜଲଦି ଆସିବେ ଏବଂ ସବୁ ରାକ୍ଷାସଙ୍କୁ ମାରି ଆପଣଙ୍କୁ ଏଠାରୁ ନେଇଯିବେ । ମାତା କହିଲେ ହେ ପୁତ୍ର ସବୁ ବାନର ତମ ଭଳି ହୋଉଥିବେ ତେବେ ତମେ କିପରି ଏ ରକ୍ଷାସର ସାମ୍ନା କରିବ । ତାପରେ ହନୁମାନ ତାଙ୍କ ଅସଲି ରୂପ ମାତାଙ୍କୁ ଦେଖାଇଲା ଏବଂ କହୁଲେ ଆମେ ସମସ୍ତଙ୍କୁ ମାରିଦେବୁ । ଏହାସୁଣି ମାତା ଖୁସି ହୋଇଗଲେ ଏବଂ ତାଙ୍କୁ ଆଶୀର୍ବାଦ କଲେ । ହନୁମାନ ସୀତାଙ୍କ ପ୍ରଣାମ କରି କହିଲେ ଏ ବଗିଚା ଦେଖିମତେ ଭୋକ ହେଲାଣି ଆପଣ ଆଜ୍ଞା ଦିଅନ୍ତୁ ମୁଁ କିଛି ଭୋଜନ କରିବି । ସୀତା ଆଜ୍ଞା ଦେଲେ ଏବଂ ହନୁମାନ ସେଠାରୁ ପଳେଇ ଆସିଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button