ଅପରାଧରାଜ୍ୟସ୍ୱାସ୍ଥ୍ୟ

ଓଁମ ସାଇ ନର୍ସିଂହୋମ ପ୍ରସୂତି ମୃତ୍ୟୁ ଘଟଣାର ତଦନ୍ତ ନିର୍ଦେଶ

ଯାଜପୁର(IBN ଓଡିଶା ବ୍ୟୁରୋ)

ପ୍ରଥମେ ରୋଗୀ ଙ୍କୁ ମାରିଦେବେ ଆଉ ତାପରେ ଟଙ୍କା ଦେଇ ତଦନ୍ତ କୁ ବାଟବଣା କରିବେ।ଯେହେତୁ ମାସକିଆ ରେ ସିଡିଏମୋ ଙ୍କ ଠାରୁ ଉପରିସ୍ତ ଅଧିକାରୀ ମ୍ୟାନେଜ୍ ହେଉଛନ୍ତି ଏସବୁ ହେବା ସ୍ୱଭାବିକ କଥା।ଯେଉଁଥିପାଇଁ ରୋଗୀ ଙ୍କ ଜୀବନ ସହ ଖେଳ ଖେଳିବା ପ୍ରାଇଭେଟ ଡାକ୍ତରଖାନା ଗୁଡିକ ପାଇଁ ନୀତି ଦିନିଆ ଘଟଣା ହୋଇଗଲାଣି।

ସୂଚନା ଥାଉକି ଯାଜପୁର ମାନସା ପୋଲ ନିକଟରେ ଥିବା ଓମ ସାଇ ନର୍ସିଂହୋମରେ ପ୍ରସୂତି ମୃତ୍ୟୁ ଘଟଣାର ତଦନ୍ତ କରି ତିନିଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ନିଜ ପତ୍ର ସଂଖ୍ୟା ୧୯୦/୨୫.୧୨.୨୦୨୩ ରେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର ତଦନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଯାଞ୍ଚ କରି ଜିଲ୍ଲାପାଳଙ୍କୁ ରିପୋର୍ଟ କରିବେ । ତଦନ୍ତ ସମୟରେ ନର୍ସିଂହୋମର ବିଭିନ୍ନ ଦିଗକୁ ନେଇ ତଦନ୍ତ ହେବ । ଯାଜପୁର ସହରରେ ଥିବା ବିଭିନ୍ନ ନର୍ସିଂ ହୋମରେ ବିଭିନ୍ନ ସମୟରେ ଏହି ଭଳି ଘଟଣା ଘଟୁଥିଲା ବେଳେ ସମ୍ଭବତଃ ପ୍ରଥମ ଥର ପାଇଁ ଏହି ଭଳି ତଦନ୍ତ କରୁଛନ୍ତି ଜିଲ୍ଲାପାଳ । ଯାହା ଜିଲ୍ଲାପାଳଙ୍କ ପ୍ରତି ଜିଲ୍ଲା ବାସୀଙ୍କ ବିଶ୍ୱାସକୁ ବଢ଼ାଇଛି । ଅନ୍ୟପକ୍ଷରେ ଏକ ଘଟଣା ଜିଲ୍ଲା ପ୍ରଶାସନକୁ ଏହି ଘଟଣାର ତଦନ୍ତ କରିବାକୁ ଏକ ପ୍ରକାର ବାଧ୍ୟ କରିଥିବା ମଧ୍ୟ ଆଲୋଚନା ହେଉଛି । ଘଟଣା ପରେ ମୃତା ପ୍ରସୂତୀଙ୍କ ସ୍ୱାମୀ ଓ ପରିବାର ସଦସ୍ୟଙ୍କ ସହିତ ଆପୋଷ ସମାଧାନ କରିବାକୁ ଉଦ୍ୟମ ହୋଇଥିଲା । ସମାଧାନ ପାଇଁ ବିପୁଳ ଅର୍ଥ ମଧ୍ୟ ଯଚା ଯାଇଥିଲା । ହେଲେ ପ୍ରସୂତିଙ୍କ ସ୍ୱାମୀ ବିଜୟ କୁମାର ରାଉତରାୟ ଓ ତାଙ୍କ ପରିବାର ଏଥିରେ ରାଜି ନହୋଇ ତଦନ୍ତ କରିବାକୁ ଅଡ଼ି ବସିଥିଲେ । କେବଳ ସେ ନୁହଁନ୍ତି ପଣସା ପଞ୍ଚାୟତର ବହୁ ଜନସାଧାରଣ ବିଜୟଙ୍କ ପଛରେ ଛିଡ଼ା ହୋଇଥିଲେ । ଯାହା ସମ୍ପୁକ୍ତ ନର୍ସିଂହୋମ ମାଲିକ, ଡାକ୍ତର ଓ ତାଙ୍କ ପାଇଁ ଓକିଲାତି କରୁଥିବା ପ୍ରଭାବିଶାଳୀଙ୍କୁ ଅକଡ଼ରେ ପକାଇଦେଇଥିଲା । ଯାହାକୁ ନେଇ ପ୍ରଶାସନ ତଦନ୍ତ କରିବାକୁ ବାଧ୍ୟ ହୋଇଛି । ହେଲେ ତଦନ୍ତ କିପରି ହେବ, ସଠିକ ତଦନ୍ତ ହେବ କି ନାହିଁ ତାହା ଆଶଙ୍କା ସୃଷ୍ଟି କରିଛି । କାରଣ ଯେଉଁ ଯେଉଁ ଦିଗ ଉପରେ ତଦନ୍ତ ହେବ ସବୁଥିରେ ତ୍ରୁଟି ଥିବା ଜଳଜଳ ହୋଇ ଦେଖା ଯାଉଛି । ଅସ୍ତ୍ରୋପଚାର କରିଥିବା ଡାକ୍ତର କେତେ ଅଭିଜ୍ଞ ସେ ନେଇ ତଦନ୍ତ ହେବ । ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ତଦନ୍ତ ହେଲେ ମାଳ ମାଳ ଭୁଲ ବାହାରିବା ନିଶ୍ଚିତ । ଯେଉଁଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଅସୁବିଧାରେ ପଡ଼ିବା ନିଶ୍ଚିତ । ତେଣୁ ତଦନ୍ତ ଅଧିକାରୀ ଦୋଷ ଘୋଡାଇବେ ନା ଦୋଷ ବାହାର କରିବେ ତାହା ଚର୍ଚ୍ଚାର ବିଷୟ ହୋଇଛି । ହେଲେ ଗୋଟିଏ କଥା ସ୍ପଷ୍ଟ ତଦନ୍ତ ଉଚିତ ଓ ସଠିକ ଢଙ୍ଗରେ ନ ହେଲେ ପଣସା ପଞ୍ଚାୟତ ର ଲୋକେ ନ୍ୟାୟ ପାଇଁ ପୁଣି ରାସ୍ତାକୁ ଓହ୍ଲାଇବାକୁ ଯୋଜନା କରି ତଦନ୍ତକୁ ଅପେକ୍ଷା କରିଛନ୍ତି । ଅନ୍ୟ ଏକ ଆଲୋଚ୍ୟର ବିଷୟ ହେଲା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଥିଲାବେଳେ ରୋଗୀ ବାରମ୍ବାର ଘରୋଇ ନର୍ସିଂହୋମକୁ ଯାଉଛନ୍ତି କାହିଁକି । ଏହା ପଛରେ ଏକ ଡାକ୍ତର ଗୋଷ୍ଠି ଓ ଦଲାଲ ଗୋଷ୍ଠିଙ୍କ ସୁ ଚିନ୍ତିତ ଯୋଜନା କାମ କରୁଛି । ଏ ନେଇ ତଦନ୍ତର ମଧ୍ୟ ଆଵଶ୍ୟକତା ଅଛି । କେବଳ ଏହି ନର୍ସିଂହୋମ ନୁହେଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଖୋଲିଥିବା ସମସ୍ତ ନର୍ସିଂହୋମର ତଦନ୍ତ କରିବାକୁ ବୁଦ୍ଧିଜୀବି ଦାବି କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button