ଅପରାଧ

ଆଜି ଦିଲ୍ଲୀ-ଏନସିଆରର ୧୦୦ସ୍କୁଲକୁ ମିଳିଛି ବୋମାମାଡ଼ ଧମକ – Ibnodisha

[ad_1]

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରର ପ୍ରାୟ ୧୦୦ଟି ସ୍କୁଲକୁ ଆଜି ବୋମାମାଡ଼ ଧମକ ଦିଆଯାଇଛି। ଇମେଲ ମାଧ୍ୟମରେ ପଠାଯାଇଥିବା ଧମକରେ କୁହାଯାଇଛି ଯେ ଆମେ ଲୋକଙ୍କୁ ସ୍କୁଲର କାନ୍ଥରେ ସମାଧି ଦେବୁ। ଏହି ଧମକପୂର୍ଣ୍ଣ ଇମେଲ ଆସିବା ପରେ ସବୁ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଯାଇଥିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୁଲିସ। ଏଥି ସହିତ, ସୂଚନା ସାମ୍ନାକୁ ଆସୁଛି ଯେ ଇମେଲର ସର୍ଭର ଯାହା ମାଧ୍ୟମରେ ଏହି ଇମେଲ ପଠାଯାଇଛି ତାହା ବିଦେଶରେ ରହିଛି। ଧମକ ମିଳିବା ପରେ ଦିଲ୍ଲୀବାସୀ ଚିନ୍ତିତ ହୋଇପଡ଼ିଥିବାରୁ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା କହିଛନ୍ତି ଯେ “ଅଭିଯୁକ୍ତଙ୍କୁ ଛଡ଼ାଯିବ ନାହିଁ। ବର୍ତ୍ତମାନ ବିଦ୍ୟାଳୟ ବାହାରେ ପୁଲିସ ମୁତୟନ କରାଯାଇଛି। ମୁଁ ଅଭିଭାବକମାନଙ୍କୁ ଅନୁରୋଧ କରୁଛି ଯେ ବିଦ୍ୟାଳୟ ଏବଂ ପିଲାମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବାରେ ପ୍ରଶାସନ ସହିତ ସହଯୋଗ କରନ୍ତୁ । ଡରନ୍ତୁ ନାହିଁ।” ତେବେ ଅନୁସନ୍ଧାନକାରୀ ସଂସ୍ଥା ସନ୍ଦେହ କରୁଛନ୍ତି ଯେ ଇମେଲ ପଠାଇବା ପାଇଁ ବ୍ୟବହୃତ ଆଇପି ଠିକଣାର ସର୍ଭର ବିଦେଶରେ ଅବସ୍ଥିତ। ମୋଟ ଉପରେ, ନୋଏଡା, ଗାଜିଆବାଦ ଏବଂ ଦିଲ୍ଲୀ ପୁଲିସ ଏହି ମାମଲାକୁ ନେଇ ଅନୁସନ୍ଧାନ ଆରମ୍ଭ କରିଛି। ଇମେଲ ପଠାଇବା ପାଇଁ ଗୋଟାଏ ଆଇପି ଠିକଣା ବ୍ୟବହୃତ ହୋଇଥିବା ସନ୍ଦେହ କରାଯାଉଛି। ଏହା ସହ ଏଭଳି କାମ ଜଣକର ଦୁହେଁ ବରଂ କୌଣସି ଏକ ଆତଙ୍କବାଦୀ ସଂଗଠନର ବୋଲି ସନ୍ଦେହ କରୁଛି ପୁଲିସ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button