ଅପରାଧ

ଘୁଷୁରୀ ପାଇଁ ଗଡିଲା ମୁଣ୍ଡ; ମଠ ମହନ୍ତଙ୍କୁ ବୀଭତ୍ସ ହତ୍ୟା – Ibnodisha

[ad_1]

ଜଗତସିଂହପୁର: ଆଦିମାତା ମଠର ମହନ୍ତଙ୍କୁ ହତ୍ୟା । ଧାରୁଆ କଟୁରୀରେ ବାବାଜୀଙ୍କୁ ହାଣି ହତ୍ୟା । ଅଭିଯୁକ୍ତକୁ କାବୁକରି ପୋଲିସର ଜିମାରେ ଦେଲେ ଗ୍ରାମବାସୀ । ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ ଜବତ । ପୋଲିସର ତଦନ୍ତ ଆରମ୍ଭ । ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ବରଗୁଡି ପଡା ଗ୍ରାମରେ ଥିବା ଆଦିମାତା ମଠର ମହନ୍ତଙ୍କର ହତ୍ୟା । ଅଭିଯୁକ୍ତ ଯୁବକ ମଠ ଭିତରେ ପଶି ଏକ ଧାରୁଆ କଟୁରିରେ ବାବାଜୀଙ୍କୁ ଅତି ନିର୍ଦ୍ଦୟ ଭାବେ ହାଣି ହତ୍ୟା କରିଥିଲେ ।

ଗ୍ରାମବାସୀ ମାନେ ଅଭିଯୁକ୍ତକୁ କାବୁକରି ପୋଲିସର ଜିମାରେ ଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ବାଲିକୁଦା ଥାନା ଅନ୍ତର୍ଗତ ବରଗୁଡିପଡା ଗ୍ରାମରେ ଥିବା ଆଦିମାତା ମଠ ପରିସରରେ ନାରଦିଆ ଗ୍ରାମର ବାନାମ୍ବର ଦାସ ଘୁଷୁରୀ ପୁରାଇ ଦେଇଥିଲା । ମଠ ଭିତରେ ଘୁଷୁରୀ କଣ ପାଇଁ ପୁରାଉଛୁ ବୋଲି ମଠର ମହନ୍ତ କହିବା ପରେ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା । ପରେ ଅଭିଯୁକ୍ତ ବାନାମ୍ବର ମଠର ମହନ୍ତଙ୍କୁ ଆକ୍ରମଣ କରିଥିଲା । କଟୁରୀରେ ଚୋଟ ପରେ ଚୋଟ ଲଗାଇବା ପରେ ଘଟଣା ସ୍ଥଳରେ ହିଁ ବାବାଜୀ ପ୍ରହଲ୍ଲାଦଙ୍କ ମୃତ୍ୟୁ ହୋଇ ଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button