ଅପରାଧ

ଇଓଡବ୍ଲୁ ସମ୍ମୁଖରେ ହାଜର ହେଲେ ଜାକଲିନ

ଆଦିଲ୍ଲୀ: ସୋମବାର ଦିନ ଦିଲ୍ଲୀ ପୁଲିସର ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟରେ ହାଜର ହୋଇଥିଲେ ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ।  ଗତ ସେପ୍ଟେମ୍ବର ୧୪ ତାରିଖରେ ଦିଲ୍ଲୀ ପୁଲିସ ତାଙ୍କୁ ୮ ଘଣ୍ଟା ଧରି ପଚରାଉଚରା କରିଥିଲା। ୨ ସପ୍ତାହ ମଧ୍ୟରେ ଦ୍ୱିତୀୟ‌ଥର ପାଇଁ ଦିଲ୍ଲୀ ପୁଲିସ ତାଙ୍କୁ ପଚରାଉଚରା କରିଛି।  ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ଟଙ୍କାର ବେଆଇନ ଅର୍ଥ ନେଣ-ଦେଣ ସମ୍ପର୍କରେ ପୁଲିସ ତାଙ୍କୁ ଜେରା କରିଛି।

ସୁକେଶ ଦେଇଥିବା ଦାମୀ ଉପହାର ଓ ପ୍ରାଇଭେଟ ଜେଟ  ସମ୍ପର୍କରେ ଇଓଡବ୍ଲୁ ଗୁଡେଇ ତୁଡେଇ ଜାକଲିନଙ୍କୁ ପଚରାଉଚରା କରିଛି। ସୁକେଶ ଚନ୍ଦ୍ରଶେଖରଙ୍କ ସ‌ହ ଡେଟ୍‌ କରୁଥିବା କଥାକୁ ଜ୍ୟାକଲିନ ଖଣ୍ଡନ କରିଚାଲିଛନ୍ତି। କିନ୍ତୁ ସୁକେଶଙ୍କ ସହ ଜ୍ୟାକଲିନଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଉଭୟ ବିବାହ କରିବାକୁ ଇଛାକରିଥିବା ମଧ୍ୟ ଚର୍ଚ୍ଚା ହେଉଛୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button