ଅପରାଧ

ପ୍ରମିକାଙ୍କୁ ପ୍ରେମିକଙ୍କ ଛୁରାମାଡ – Ibnodisha

[ad_1]

ଖୋର୍ଦ୍ଧା: ସ୍ଥାନୀୟ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଆଜି ଅପରାହ୍‌ଣରେ ଜଣେ ଯୁବତୀଙ୍କୁ ଛୁରାମାଡ଼ ହୋଇଛି। ଛୁରାମାଡ଼ କରିଥିବା ବ୍ୟକ୍ତି ଜଣକ ଯୁବତୀଙ୍କ ପ୍ରେମିକ ବୋଲି କୁହାଯାଉଛି। ଛୁରାମାଡ଼ର ଶିକାର ହୋଇଥିବା ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟରେ ଆକ୍ରମଣକାରୀ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଏହି ଅଘଟଣକୁ ନେଇ ଖୋର୍ଦ୍ଧା ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି। ସୂଚନା ଅନୁସାରେ ଯାଜପୁର ଜିଲ୍ଲାର ଜଣେ ଯୁବତୀ ଖୋର୍ଦ୍ଧା ସହର ଭିତରେ ଥିବା ଏକ ଗାଡ଼ି ସୋ’ରୁମରେ କାମ କରନ୍ତି। ଅନ୍ୟ ଦିନ ପରି ସେ ଆଜି ମଧ୍ୟ ସୋ’ରୁମ୍‌କୁ ଡ୍ୟୁଟି କରିବାକୁ ଯାଇଥିଲେ। ଅପରାହ୍‌ଣରେ ମଧ୍ୟାହ୍‌ଣ ଭୋଜନ ପାଇଁ ସୋ’ରୁମ୍‌ରୁ ବାହାରିଥିଲେ। ଏହି ସମୟରେ ତାଙ୍କର ପ୍ରେମିକ ସୋ’ରୁମ ନିକଟରେ ଥିଲେ। ପ୍ରେମିକ ଡାକିବା ଯୋଗୁଁ ପ୍ରେମିକା ବରୁଣେଇ ଆଡ଼କୁ ଯାଇଥିଲେ। ସେଠାରେ କୌଣସି କାରଣକୁ ନେଇ ଉଭୟ ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷୀପ୍ତ ହୋଇ ପ୍ରେମିକ ଛୁରାମାଡ଼ କରିଥିଲା। ଫଳରେ ପ୍ରେମିକା ଗୁରୁତର ହୋଇଛନ୍ତି।ସ୍ଥାନୀୟ ଲୋକଙ୍କର ସୂଚନା କ୍ରମେ ଶିଳ୍ପାଞ୍ଚଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବତୀଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲା। ଯୁବତୀଙ୍କୁ ନେଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

The post ପ୍ରମିକାଙ୍କୁ ପ୍ରେମିକଙ୍କ ଛୁରାମାଡ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button