ରାଜନୀତି

ରାହୁଲଙ୍କ ଉପରେ ପୁନଃ ଆସ୍ଥାପ୍ରକଟ କରୁଛନ୍ତି ବିଭିନ୍ନ ରାଜ୍ୟ

ପାଟନା: ବିହାର ପ୍ରଦେଶ କଂଗ୍ରେସ କମିଟି (ବିପିସିସି) ସୋମବାର ଦିନ ପାର୍ଟିର ଜାତୀୟ ଅଧ୍ୟକ୍ଷ କରିବାକୁ ସର୍ବସମ୍ମତି କ୍ରମେ ରାହୁଲ ଗାନ୍ଧୀଙ୍କ ନାମକୁ ନେଇ ଏକ ରିଜୋଲୁସନ ପାସ କରିଛି। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନର ନୋମିନେସନ ଫାଇଲର ଠିକ ପୂର୍ବରୁ ବିପିସିସି ଏହି ନିଷ୍ପତ୍ତି ନେଇଛି।

ରାଜ୍ୟ କଂଗ୍ରେସର ବୈଠକରେ ଅଧ୍ୟକ୍ଷ ପଦ ପାଇଁ ରାହୁଲଙ୍କ ନାମକୁ ସର୍ବସମ୍ମତିକ୍ରମେ ପାସ କରାଯାଇଛି। ଏହା ବ୍ୟତୀତ ରାଜ୍ୟର ପାଇଁ ଏକ କାର୍ଯ୍ୟକାରିଣୀ କମିଟି ଗଠନ ପାଇଁ  ହାଇକମାଣ୍ଡଙ୍କୁ  ପତ୍ର ଲେଖିବାକୁ ନିଷ୍ପତ୍ତି ହୋଇଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି। ଏହି ବୈଠକରେ ରାଜ୍ୟ ପ୍ରଭାରି ଭକ୍ତ ଦାସ ଓ ରାଜ୍ୟ ସଂଗଠନ ଅଧ୍ୟକ୍ଷ ମଦନ ମୋହନ ଝା ପ୍ରମୁଖ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ସୋମବାର ଦିନ ତାମିଲନାଡୁ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ୨୦୨୪ ନିର୍ବାଚନ ବୈତରଣୀ ପାର କରିବାକୁ ଦଳର ଅଧ୍ୟକ୍ଷ ଭାବେ ପୁନଃ ରାହୁଲଙ୍କୁ ଅବସ୍ଥାପିତ କରିବାକୁ ଏକ ରିଜୋଲୁସନ ପାସ ହୋଇଛି। ସମାଲ ରିଜୋଲୁସନ ଗୁଜୁରାଟ, ଛତିଶଗଡ ଓ ରାଜସ୍ଥାନ କଂଗ୍ରେସ କମିଟି ପକ୍ଷରୁ ପାସ ହୋଇସାରିଛି। ଗାନ୍ଧୀଙ୍କ ନେତୃତ୍ବ ଉପରେ ଏହି ସବୁ ରାଜ୍ୟର କଂଗ୍ରେସ ନେତା ଆସ୍ଥା ପ୍ରକଟ କରିଛନ୍ତି। ଗତ ମାସରେ କଂଗ୍ରେସ ପକ୍ଷରୁ ତାର ଅଧ୍ୟକ୍ଷ ନିର୍ବାଚନ ପାଇଁ ଘୋଷଣା ହୋଇଥିଲା। ଆସନ୍ତା ଅକ୍ଟୋବର ୧୭ରେ ନିର୍ବାଚନ ହେବାକୁ ଥିବା ବେଳେ ଅକ୍ଟୋବର ୧୯ରେ ଫଳାଫଳ ଘୋଷଣା ହେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button