ମନୋରଞ୍ଜନ

କିସିଂ ହିରୋ ଇମରାନ ହାସମୀଙ୍କ ଉପରକୁ ପଥର ମାଡ଼, ସୁଟିଂ ସାରି ଫେରୁଥିବା ବେଳେ ଦୁର୍ବୃତ୍ତ କରିଥିଲେ ଆକ୍ରମଣ

ବଲିଉଡ ଷ୍ଟାର ଇମରାନ ହାସମୀଙ୍କ ଉପରେ ପଥରମାଡ। ଇମରାନ ଅପକମିଂ ଫିଲ୍ମର ସୁଟିଂ ଜାମ୍ମୁ କାଶ୍ମୀରରେ କରୁଛନ୍ତି। ଇମରାନ ଫିଲ୍ମ ‘ଗ୍ରାଉଣ୍ଡ ଜିରୋ’ର ସୁଟିଂରେ ବ୍ୟସ୍ତ ରହିଛନ୍ତି। ଫିଲ୍ମର ସୁଟିଂ ପହଲଗାମରେ ଚାଲିଛି। କିନ୍ତୁ ଏଠାରେ ଇମରାନଙ୍କ ଉପରେ ପଥର ମାଡ ହୋଇଛି। ଭାରତର ସ୍ୱର୍ଗ ଜାମ୍ମୁ କଶ୍ମୀରରେ ଅନେକ ବଲିଉଡ ଫିଲ୍ମ ନିର୍ମାଣ ହୋଇସାରିଛି।

ସୂଚନା ମୁତାବକ, ଜାମ୍ମୁ କଶ୍ମୀରରେ ଇମରାନ ଅପକମିଂ ଫିଲ୍ମ ‘ଗ୍ରାଉଣ୍ଡ ଜିରୋ’ର ସୁଟିଂ କରୁଛନ୍ତି। ଏହି ସୁଟିଂ ପହଲଗାମରେ ହେଉଛି। ଇମରାନ ହାସମୀ ସୁଟିଂ ସାରିବା ପରେ ସେଟ୍‌ରୁ ବାହାରିବା ପରେ କିଛି ଦୃର୍ବୁତ୍ତ ତାଙ୍କ ଉପରେ ପଥର ମାଡ କରିଥିଲେ। ଫିଲ୍ମ ଟିମ୍‌ ସହିତ ଇମରାନ ପହଲଗାମର ମେନ ମାର୍କେଟକୁ ଯାଇଥିଲେ। ସେଠାରେ ହଠାତ୍‌ ତାଙ୍କ ଉପରେ କିଛି ଲୋକ ପଥର ମାଡ କରିଥିଲେ। ତେବେ ଇମରାନ ବେଶ୍‌ କିଛି ଆହତ ହୋଇନାହାନ୍ତି। ଏହି ମାମଲାରେ ଥାନାରେ ଏଫଆଇଆର ଦାଏର ହୋଇଛି। ପଥରମାଡ କରିଥିବା ଲୋକଙକ ଉପରେ ଧାରା ୧୪୭, ୧୪୮, ୩୭୦, ୩୩୬, ୩୨୩ ଲଗାଯାଇଛି। ଏହି ମାମଲାରେ ଅନ୍ତନନାଗ ପୋଲିସ ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରି ଗିରଫ କରିଛି। ତେବେ ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରି ଆକ୍ସନ ମୋଡରେ ରହିଛି।

ତେବେ ଫିଲ୍ମ ଗ୍ରାଉଣ୍ଡ ଜିରୋ ବିଏସଏଫ ଯବାନଙ୍କ ଉପରେ ଆଧାରିତ। ଏହି ଫିଲ୍ମରେ ଇମରାନ ହାସମୀ ଜଣେ ଆର୍ମି ଅଫିସର ଭୂମିକାରେ ନଜର ଆସିବେ। ପହଲଗାମ ପୂର୍ବରୁ ଇମରାନ ହାସମୀ ଶ୍ରୀନଗରରେ ସୁଟିଂ କରୁଥିଲେ। ଶ୍ରୀନଗରର ଏସପି କଲେଜରେ ଇମରାନ ସୁଟିଂ କରୁଥିଲେ।

ସୂଚନାଯୋଗ୍ୟ, ଇମରାନ ସବୁବେଳେ ରୋମାଣ୍ଟିକ ହିରୋ ଭୂମିକାରେ ନଜର ଆସନ୍ତି। କିସିଂ ହିରୋ ଭାବେ ବେଶ୍‌ ପରିଚିତ ଇମରାନ। ହେଲେ ଏଥର ଇମରାନ ଜଣେ ଆର୍ମି ଅଫିସର ଭୂମିକାରେ ନଜର ଆସିବେ। ତେବେ ଏହି ଚରିତ୍ରରେ ଦର୍ଶକେ କିପରି ତାଙ୍କୁ ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା। ଏଥିରେ ଅଭିନେତ୍ରୀ ଭାବେ ନଜର ଆସିବେ ସାଇ ତମହାଙ୍କର। ନିକଟରେ ସାଇ ଫିଲ୍ମ ଫେୟାରରେ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ଆଓ୍ଵାର୍ଡ ପାଇଥିଲେ। ଏହି ଆଓ୍ଵାର୍ଡ ସେ ମିମି ଫିଲ୍ମ ପାଇଁ ପାଇଥିଲେ। ସାଇ ଆଗକୁ ମଧୁର ଭଣ୍ଡାରକରଙ୍କ ଫିଲ୍ମରେ ନଜର ଆସିବେ।

Related Articles

Leave a Reply

Your email address will not be published. Required fields are marked *

Back to top button