ଦେଶ

ଭୟଙ୍କର ପ୍ରେମ କାହାଣୀ: ପ୍ରଥମେ ଲିଙ୍ଗ ପରିବର୍ତ୍ତନ; ପରେ ବିବାହ ପାଇଁ ମନା କରିବାରୁ… – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । କାଫେ ସଞ୍ଚାଳକଙ୍କ ପ୍ରେମରେ ପାଗଳ ହୋଇ ଜଣେ ଫ୍ୟାଶନ ଡିଜାଇନର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ଏଥିସହ ମୁହଁକୁ ପ୍ଲାଷ୍ଟିକ ସର୍ଜରୀ କରି ଦୀପ ରୁ ଦୀପା ହୋଇଛନ୍ତି । ହେଲେ ଯେତେବେଳେ ସେ ପ୍ରେମରେ ଧୋକା ଖାଇଲେ ସେ ଥାନାକୁ ଯାଇ କାଫେ ଅପରେଟରଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏହା ପରେ କାଫେ ଅପରେଟରଙ୍କ ଘର ସାମ୍ନାରେ ରଖାଯାଇଥିବା କାରରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଛନ୍ତି ।

ବୈଭବ ଶୁକ୍ଳା ନାମକ ବ୍ୟକ୍ତି ଜଣେ କାଫେ ଅପରେଟର । ସେ ଘର ସାମ୍ନାରେ ପ୍ରତିଦିନ ଭଳି କାର ରଖିଥିଲେ । କିନ୍ତୁ ଦିନେ ଅଚାନକ ତାଙ୍କ କାରରେ ନିଆଁ ଲାଗିଯାଇଥିଲା । ଏହାପରେ ସେ ବାହାରକୁ ଆସିବା ପରେ କାରଟି ସଂପୂର୍ଣ୍ଣ ଜଳିଯାଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ତଦନ୍ତରେ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରବା ପରେ ଦେଖିବାକୁ ମିଳିଥିଲା ଯେ, ଜଣେ ବ୍ୟକ୍ତି ମୁହଁରେ କପଡା ବାନ୍ଧି ପ୍ରଥମେ ସେହି କାର ଉପରେ ପେଟ୍ରୋଲ ପକାଇଥିଲେ, ପରେ ନିଆଁ ଲଗାଇ ସେଠାରୁ ପଳାୟନ କରିଥିଲେ । ପୋଲିସ ତଦନ୍ତରୁ ଜଣାପଡିଛି ଯେ, ୨୦୨୧ ମସିହାରେ କାଫେ ସଂଚାଳକ ବୈଭବ ଶୁଳ୍କାଙ୍କ ସହ ଫ୍ୟାଶନ ଡିଜାଇନର ଦୀପଙ୍କର ଇନଷ୍ଟାଗ୍ରାମ ମାଧ୍ୟମରେ ସାଙ୍ଗ ହୋଇଥିଲେ ।

ଏହାପରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲା । କାଫେ ସଂଚାଳକ ଦୀପଙ୍କୁ ବିବାହ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଏହାପରେ ଦୀପ ୨୦୨୨ ବର୍ଷରେ ୬୦ ଲକ୍ଷ ଖର୍ଚ୍ଚ କରି ବ୍ରେଷ୍ଟ ସର୍ଜରୀ କରିଥିଲେ । ଏହାପରେ ଫେସ ସର୍ଜରୀ ସହ ଲିଙ୍ଗ ମଧ୍ୟ ପରିବର୍ତ୍ତନ କରିଥିଲେ । ଏହାପରେ ଫାଶନ ଡିଜାଇନର ଦୀପରୁ ଦୀପା ହୋଇଯାଇଥିଲେ । ଏହାପରେ ଦୁଇଜଣଙ୍କ ମଧ୍ୟରେ ବହୁବାର ଶାରୀରିକ ସଂପର୍କ ମଧ୍ୟ ହୋଇଥିଲା । ବର୍ତ୍ତମାନ ଦୀପ ଥାନାରେ ଅଭିଯୋଗ ଆଣିଛନ୍ତି ଯେ, ବୈଭବ ତାଙ୍କୁ ଜଣ୍ଡେର ଚେଞ୍ଜ କରିବାକୁ କହିଥିଲେ, ଏହାପରେ ସେ ବିବାହ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସବୁ ଘଟିସାରିବା ପରେ ସେ ବିବାହ ପାଇଁ ମନା କରୁଛନ୍ତି । ସେ ମୋ ଭାବନା ସହ ଖେଳୁଛନ୍ତି । ଏହାପରେ ସେ ବୈଭବଙ୍କ ଠାରୁ ପ୍ରତିଶୋଧ ନେବାକୁ ମନସ୍ତ କରି ବୈଭବଙ୍କ କାରରେ ନିଆଁ ଲଗାଇଦେଇଛନ୍ତି । ବର୍ତ୍ତମାନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button