ଦେଶ

ମଣିଷ ଦ୍ଵାରା କରାଯାଇଥିବା ଏହି ସବୁ ଅଦ୍ଭୁତ ନିର୍ମାଣ, ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ ଆପଣ, ଦେଖନ୍ତୁ

ମଣିଷ ନିର୍ମାଣ ଟେଚ୍ନିକରେ ଏତେ ମାହିର ଅଟେ କି ସେ ପ୍ରାଚୀନ କାଳରୁ ହିଁ ଅଦ୍ଭୁତ ଇମାରତ ଏବଂ ଅନ୍ୟ ସଂରଚନା ତିଆରି କରି ଆସୁଅଛି । ଆଧୁନିକ ସମୟରେ ଇଞ୍ଜିନିର୍ନିଗ ଆହୁରି ଉନ୍ନତି ହୋଇ ଯାଇଛି । ଯାହା ସାହାର୍ଯ୍ୟରେ ମଣିଷ ବିଭିନ୍ନ ଅଦ୍ଭୁତ କାର୍ଯ୍ୟକୁ ପୁରା କରିଛନ୍ତି । ପାହାଡରେ ଝୁଲୁଥିବା ହୋଟେଲ ଠାରୁ ଆରମ୍ଭ କରି କାଚର ତିଆରି ପୋଲ । ଆଜିର ଏହି ଆର୍ଟିକୀଲ ଦ୍ଵାରା ଜାଣିବା ମଣିଷ ଦ୍ଵାରା ନିର୍ମାଣ କରାଯାଇଥିବା କିଛି ଏମିତି ହିଁ ଅଦ୍ଭୁତ ନିର୍ମାଣ କାର୍ଯ୍ୟ ବିଷୟରେ । ଯାହା ଆଧୁନିକ ଇଞ୍ଜିନିୟର୍ନିଗର ଭଲ ଉଦାହରଣ ଅଟେ ।

୧. କାଚରେ ତିଆରି ସବୁ ବଡ ପ୍ଲାଟଫ୍ରମ

ଚୀନ ବେଜିଙ୍ଗ ପାଖରେ ପାହାଡ଼ରେ ଝୁଳୁଥିବା କାଚର ଏକ ପ୍ଲାଟଫ୍ରମ ଜିନଡାଙ୍ଗ ଜଙ୍ଗଲର ସୁନ୍ଦରତାକୁ ଦେଖିବା ପାଇଁ ତିଆରି କରାଯାଇଛି । ଏହି ପ୍ଲାଟଫ୍ରମକୁ ମାଟିରୁ ୧୩୦୦ ଫୁଟ ଉଚ୍ଚତାରେ ଏବଂ ୧୦୭ ଫୁଟ ପର୍ଯ୍ୟନ୍ତ ବାହାରକୁ ବାହାରିଛି ଏବଂ ୪୪୦୦ ଫୁଟ ଅଞ୍ଚଳରେ ଅବସ୍ଥିତ । ଏହି ପ୍ଲାଟଫ୍ରମକୁ ତିଆରି କରିବା ପାଇଁ ପ୍ରଥମଥର ଟାଇଟିନମର ବ୍ୟବହାର କାରାଯାଇଛି । ଏହି ପ୍ଲାଟଫ୍ରମରେ ଚାଲିବା ପାଇଁ କିଛି ଲୋକମାଙ୍କୁ ବହୁତ ଡର ଲାଗେ । କିନ୍ତୁ କିଛି ଲୋକ ଏହା ଉପରେ ଅତି ସହଜରେ ଚାଲି ପାରନ୍ତି ।

୨. Sky-deck Chicago

US ର ଦୁତ୍ଵିୟ ସବୁଠୁ ବଡ ବିଲଡିଙ୍ଗ Willis towerର ୧୦୩ ମହଲରେ ଏକ ସୁନ୍ଦର କାଚର ପ୍ଲାଟଫ୍ରମ ଅଛି ଯାହାକୁ Sky deck କୁହାଯାଏ । କାଚରେ ତିଆରି ଏହି ଭାଲକେନି ୫ ଟନ ପର୍ଯ୍ୟନ୍ତ ଓଜନ ସମ୍ଭାଳି ପାରିବ । ୧୩୫୩ ଫୁଟ ଉଚ୍ଚତାରେ ଅବସ୍ଥିତ ଏହି ପ୍ଲାଟଫ୍ରମରୁ ପୁରା Chicagoକୁ ଦେଖି ପାରିବେ ।

୩. Tianmen Mountain

ଚିନାରେ ତିଆରି ଏହା ଏକ ମୃତ୍ୟୁର ରାସ୍ତା । ଏହି Tianmen Mountain National Park, Zhangjiajieରେ ଅବସ୍ଥିତ । ଯେଉଁଠି ୪୭୦୦ ଫୁଟ ଉଚ୍ଚତାରେ ଅବସ୍ଥିତ କାଚର ସ୍କାୟୱର୍କ ପାଖାପାଖି ୨୦୦ ଫୁଟ ଲମ୍ବା ଅଟେ । ସମସ୍ତେ ଏହି ସ୍କାୟୱର୍କ ବୁଲି ଏହାର ସୁନ୍ଦରତାକୁ ଦେଖିବାକୁ ଆସନ୍ତି । ଏହି ସ୍ଥାନରୁ ଆପଣମାନେ Tianmen Mountain କୁ ଦେଖି ପାରିବେ ।

୪. ପାହାଡରୁ ଝୁଲୁଥିବା ହୋଟେଲ

ପେରୁ ର ଘାଟିର ପାହାଡ଼ରୁ ଏହି ୩ ଟି ଝୁଳୁଥିବା ହୋଟେଲ କାଚର କ୍ୟାପସୁଲ ଅଟେ । ଯେଉଁଠି ଲୋକମାନେ ରହି ପାରିବେ । ଏହି ହୋଟଲରେ ଗୋଟିଏ ରାତି ପାଇଁ ରହିବା ପାଇଁ ଆପଣଙ୍କୁ ୩୦୦ ଡଲାର ଦେବାକୁ ପଡିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button