ଦେଶ

ପାକିସ୍ତାନରେ ଏକାଥରେ ୬ ସନ୍ତାନଙ୍କୁ ଜନ୍ମ ଦେଲେ ୨୭ ବର୍ଷୀୟ ମହିଳା – Ibnodisha

[ad_1]

ଇସଲାମବାଦ: ସାଧାରଣତଃ ମହିଳାଟିଏ ଗର୍ଭବତୀ ହେଲେ ଗୋଟିଏ କି ବେଳେ ବେଳେ ଟ୍ବିନ୍ସ ବେବିଙ୍କୁ ଜନ୍ମ ଦେଇଥାଏ । ମାତ୍ର ପାକିସ୍ତାନରେ ଘଟିଛି ବିରଳ ଘଟଣା । ପଡ଼ୋଶୀ ଦେଶ ପାକିସ୍ତାନର ରାୱଲପିଣ୍ଡିରେ ଏକାଥରେ ୬ ସନ୍ତାନଙ୍କୁ ଜନ୍ମ ଦେଲେ ୨୭ ବର୍ଷୀୟ ମହିଳା ଜିନତ ୱାହିଦ । ଘଣ୍ଟାଏ ମଧ୍ୟରେ ଗୋଟିଏ ପରେ ଗୋଟିଏ ଛୁଆ ଜନ୍ମ କରିଚାଲିଥିଲେ ମହିଳା । ୬ ଶିଶୁଙ୍କ ମଧ୍ୟରୁ ୪ ଜଣ ପୁଅ ଥିବା ବେଳେ ୨ ଜଣ ଝିଅ ବୋଲି ଜଣାପଡ଼ିଛି । ଏମାନଙ୍କ ଓଜନ ୨ ପାଉଣ୍ଡ ବୋଲି ଜଣାପଡ଼ିଛି ।

ରାୱଲପିଣ୍ଡି ବାସିନ୍ଦା ମହମ୍ମଦ ୱାହିଦଙ୍କ ପତ୍ନୀ ହେଉଛନ୍ତି ଜିନତ ୱାହିଦ । ଗୁରୁବାର ରାତିରେ ତାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିବା ବେଳେ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ସେ ଗୋଟିଏ ପରେ ଗୋଟିଏ ଶିଶୁକୁ ୧ ଘଣ୍ଟା ମଧ୍ୟରେ ଜନ୍ମ ଦେଇଥିଲେ । ଏନେଇ ଡାକ୍ତର ଫର୍ଜାନା କହିଛନ୍ତି, “୬ ଶିଶୁଙ୍କ ସମେତ ମାଆ ମଧ୍ୟ ସୁସ୍ଥ ଅଛନ୍ତି । ଏହି ସମସ୍ତ ଶିଶୁଙ୍କୁ ଏକ ଇନକ୍ୟୁବେଟର ମଧ୍ୟରେ ରଖାଯାଇଛି । ଏତେ ସଂଖ୍ୟକ ଶିଶୁକୁ ଜନ୍ମ ଦେବା ପରେ ଜିନତଙ୍କୁ ସାମାନ୍ୟ ଜଟିଳତା ରହିଛି, ଯାହାକି କିଛି ଦିନ ମଧ୍ୟରେ ସ୍ବାଭାବିକ ହୋଇଯିବ ।”

ଡାକ୍ତର ଆହୁରି କହିଛନ୍ତି, “ଏହି ପ୍ରସବ ପ୍ରକ୍ରିୟାରେ ପ୍ରଥମ ୨ଟି ଛୁଆ ପୁଅ ଥିଲେ । ଏହା ସାଧାରଣ ଡେଲିଭରି ନଥିଲା । ୨ଟି ଶିଶୁପୁତ୍ରଙ୍କ ପରେ ତୃତୀୟ ଶିଶୁ ଥିଲା ଝିଅ ।” ଅନ୍ୟପଟେ ଜିନତଙ୍କ ପରିବାର ଶିଶୁଙ୍କୁ ନେଇ ବେଶ ଖୁସିବ୍ୟକ୍ତ କରିଛନ୍ତି । ଏକାଧିକ ଶିଶୁଙ୍କୁ ଜନ୍ମ ଦେବା ପ୍ରାୟତଃ ବିରଳ । ଏଭଳି ଘଟଣା ୪.୫ ମିଲିୟନ ବା ସାଢେ ୪ ଲକ୍ଷ ମହିଳାଙ୍କ ମଧ୍ୟରେ ଜଣଙ୍କ ଠାରେ ଦେଖିବାକୁ ମିଳେ । ସେତେବେଳେ ଜଣେ ମହିଳା ଏକ ସମୟରେ ଦୁଇ କିମ୍ବା ଅଧିକ ଶିଶୁକୁ ଗର୍ଭରେ ଧାରଣ କରନ୍ତି, ଯେତେବେଳେ ଏକ ଫର୍ଟିଲାଇଜଡ୍ ଅଣ୍ଡା ଗର୍ଭାଶୟରେ ବଢିବା ପୂର୍ବରୁ ବିଭାଜିତ ହୁଏ  କିମ୍ବା ଯେତେବେଳେ ଅଲଗା ଅଣ୍ଡା ବିଭିନ୍ନ ଶୁକ୍ରାଣୁ ଦ୍ବାରା ଫର୍ଟିଲାଇଜ ହୋଇଯାଏ, ଏହି ସ୍ଥିତିକୁ ଫ୍ରାଟର୍ଣ୍ଣାଲ ଟ୍ବିନ୍ସ ବୋଲି କୁହାଯାଏ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button