ଦେଶ

୧୨୮ ବର୍ଷ ପରେ ଅଲମ୍ପିକ୍ସରେ ସାମିଲ ହେବାକୁ ଯାଉଛି କ୍ରିକେଟ – Ibnodisha

[ad_1]

ନୂଆଦିଲ୍ଲୀ: କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଅଲମ୍ପିକ୍ସୋର ପୁଣି ସାମିଲ ହେବାକୁ ଯାଉଛି କ୍ରିକେଟ । ୧୨୮ ବର୍ଷ ପରେ ପୁଣିଥରେ ଦର୍ଶକ କ୍ରିକେଟ ମ୍ୟାଚର ମଜା ନେଇପାରିବେ । ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ଶୁକ୍ରବାର ଦିନ ଅଲମ୍ପିକ୍ସରେ ନୂଆ ୫ଟି ଖେଳକୁ ସାମିଲ କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି ।
ଅନ୍ତର୍ଜାତୀୟ ଅଲମ୍ପିକ୍ସ କମିଟି ମୁଖ୍ୟ ଥୋମାସ୍ ବାକ୍ କହିଛନ୍ତି କି, କାର୍ୟ୍ୟକାରୀ ବୋର୍ଡର ଅଧିକାରୀମାନେ କ୍ରିକେଟ ସମେତ ମୋଟ ୫ଟି ନୂଆ ଖେଳକୁ ଅଲମ୍ପିକ୍ସରେ ସାମିଲ କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ୫ଟି ଖେଳ ମଧ୍ୟରେ କ୍ରିକେଟ ବ୍ୟତୀତ ବେସବଲ, ସଫ୍ଟବଲ, ଫ୍ଲାଗ ଫୁଟବଲ, ସ୍କେ୍ୱସ ଖେଳକୁ ସାମିଲ କରାଯାଇଛି । ଏହି ଯେଉଁ ୫ଟି ଖେଳକୁ ଅଲମ୍ପିକ୍ସରେ ସାମିଲ କରାଯାଇଛି ତାହା ୨୦୨୮ରେ ଲସ୍ ଏଞ୍ଜେଲ୍ସ ଠାରେ ଅନୁଷ୍ଠିତ ହେବାକୁ ଥିବା ଅଲମ୍ପିକ୍ସରେ ସ୍ଥାନ ସୁରକ୍ଷିତ କରିବାକୁ ପ୍ରଥମେ ସୋମବାର ଦିନ ଓଇସି ସଦସ୍ୟତା ତରଫରୁ ହେବାକୁ ଥିବା ଭୋଟିଂରେ ବିଜୟଲାଭ କରିବା ଆବଶ୍ୟକ ।
ଏହା ପୂର୍ବରୁ ୧୯୦୦ ମସିହା ପ୍ୟାରିସ୍ ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା । ଏବେ ଅଲମ୍ପିକ୍ସରେ ମହିଳା ଓ ପୁରୁଷ ବର୍ଗର କ୍ରିକେଟକୁ ସାମିଲ କରାଯିବ । ସେହିଭଳି ବମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ପୁରୁଷ ଓ ମହିଳା କ୍ରିକେଟକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହା ପୂର୍ବରୁ ୧୯୯୮ ମସିହାରେ କ୍ୱାଲାଲମ୍ପୁରରେ ଅନୁଷ୍ଠିତ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ପ୍ରଥମ ଥର ପାଇଁ କ୍ରିକେଟକୁ ସାମିଲ କରାଯାଇଥିଲା । ୧୯୦୦ ମସିହାରେ ପ୍ୟାରିସ ଅଲମ୍ପିକ୍ସରେ ହୋଇଥିବା କ୍ରିକେଟ ପ୍ରତିଦ୍ୱନ୍ଦିିତାରେ ଇଂଲଣ୍ଡ ଫ୍ରାନ୍ସକୁ ପରାସ୍ତ କରି ସ୍ୱର୍ଣ୍ଣପଦକ ଜିତିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button