ଦେଶ

୬.୫%ରେ ‘ରେପୋ ରେଟ୍‌’ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌: ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଉପରେ ଧ୍ୟାନ – Ibnodisha

[ad_1]

ମୁମ୍ବାଇ: ‘ରୋପୋ ରେଟ୍‌’ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ‘ମନିଟାରି ପଲିସି କମିଟି’ ନିଷ୍ପତ୍ତି  ଗ୍ରହଣ କରିଥିବା କଥା ଆଜି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି। ସୁଧହାର ଅପରିବର୍ତ୍ତି ରଖିବା ଲାଗି ୬ ସଦସ୍ୟବିଶିଷ୍ଟ ‘ମନିଟାରି ପଲିସି କମିଟି’ (ଏମ୍‌ପିସି) ଏହାକୁ ଲଗାଇ ୫ମ ଥର ପାଇଁ ‘ରେପୋ ରେଟ୍‌’ ୬.୫%ରେ ରଖିବା ଲାଗି ନିଷ୍ପତ୍ତି ନେଇଛି। ଦେଶର ଅର୍ଥନୀତିଜ୍ଞମାନେ ମଧ୍ୟ ‘ରେପୋ ରେଟ୍‌’ ଅପରିବର୍ତ୍ତିତ ରହିବ ବୋଲି ଅନୁମାନ କରିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି, ସମ୍ପ୍ରସାରିତ ହେଉଥିବା ସାମଗ୍ରିକ ଆର୍ଥିକ ବିକାଶ ଓ ସ୍ଥିତିର ପୁଙ୍ଖାନୁପୁଙ୍ଖ ଆକଳନ କରିବା ପରେ ‘ରେପୋ ରେଟ୍‌’ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ‘ମନିଟାରି ପଲିସି କମିଟି’ ସର୍ବସମ୍ମତକ୍ରମେ ନିଷ୍ପତ୍ତି ନେଇଛି। ଫଳରେ, ସମ୍ପ୍ରତି ‘ଷ୍ଟାଣ୍ଡିଙ୍ଗ୍‌ ଡିପୋଜିଟ୍‌ ଫେସିଲିଟି’ ୬.୨୫% ରହିବା ସହିତ ‘ମାର୍ଜିନାଲ୍‌ ଷ୍ଟାଣ୍ଡିଙ୍ଗ୍‌ ଫେସିଲିଟି’ ଓ ବ୍ୟାଙ୍କ୍‌ ରେଡ୍‌ ୬.୫%ରେ ରହିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଭିବୃଦ୍ଧି ସହିତ ମୁଦ୍ରାସ୍ଫୀତିକୁ ସମାନ୍ତରଳ ରଖିବା ଉପରେ ଧ୍ୟାନ ଦେଇ ‘ମନିଟାରି ପଲିସି କମିଟି’ର ୬ଜଣ ସଦସ୍ୟଙ୍କ ମଧ୍ୟରୁ ୫ଜଣ ‘ୱିଡ୍ରାଲ୍‌ ଅଫ୍‌ ଆକୋମୋଡେସନ୍‌’ ଉପରେ ଧ୍ୟାନ ଦେଇଛନ୍ତି। ସେହିପରି, ଖାଦ୍ୟସାମଗ୍ରୀ ଦର ବୃଦ୍ଧି ଯୋଗୁଁ ନଭେମ୍ବର-ଡିସେମ୍ବର ମାସରେ ମୁଦ୍ରାସ୍ଫତୀ ଉର୍ଦ୍ଧ୍ବଗାମୀ ରହୁଥିବା କଥା ସେ ସୂଚନା ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧରେ ଦେଶର ଅଭ୍ୟନ୍ତରୀଣ କାରବାର ଭଲ ଚାଲିଥିବା କଥା ‘ଜିଡିପି’ ଅଭିବୃଦ୍ଧିରୁ ଜଣାପଡୁଛି। ଏହାଛଡ଼ା, ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଲାଗି ‘ୟୁପିଆଇ’ ପେମେଣ୍ଟ୍‌ ଲିମିଟ୍‌ ପ୍ରତି ‘ଟ୍ରାଞ୍ଜାକ୍‌ସନ୍‌’ ପିଛା ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କଥା ସେ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button