ଦେଶ

ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର,ଜାଣନ୍ତୁ କ’ଣ – Ibnodisha

[ad_1]

ନୂଆଦିଲ୍ଲୀ: ଶନିବାର ଏସବିଆଇର ସମସ୍ତ ଇଣ୍ଟରନେଟ ସେବା ବ୍ୟାହତ ହେବ। ଏ ସମ୍ପର୍କରେ ଏସବିଆଇର ଅଫିସିଆଲ ୱେବସାଇଟରେ ସୂଚନା ଜାରି କରାଯାଇଛି। କାରଣ ଆସନ୍ତାକାଲି ଇଣ୍ଟରନେଟ ବ୍ୟାଙ୍କିଂ ଆପ୍ଲିକେସନ, ୟୋନୋ, ୟୋନୋ ଲାଇଟ୍‌, ୟୋନୋ ବିଜ୍‌ନେସ ଆଦି ସେବାକୁ ଗ୍ରାହକମାନେ ଠିକ୍‌ ଭାବରେ ବ୍ୟବହାର କରିପାରିବେନାହିଁ। ଗ୍ରାହକ ସିଡ୍ୟୁଲ ଆକ୍ଟିଭିଟି କାରଣରୁ ଗ୍ରାହକମାନେ ଆସନ୍ତାକାଲି ୧ ଘଣ୍ଟା ପାଇଁ ଏଭଳି ସମସ୍ୟାର ସମ୍ମୁଖୀନ ହେବେ। ଏସ୍‌ବିଆଇ ୱେବସାଇଟ ମୁତାବକ, ମାର୍ଚ୍ଚ ୨୩ରେ ଗ୍ରାହକଙ୍କ ପାଇଁ ଇଣ୍ଟରନେଟ ଆପ୍ଲିକେସନ, ୟୋନୋ, ୟୋନୋ ଲାଇଟ୍, ୟୋନୋ ବିଜିନେସ ୱେବ ସମେତ ସମସ୍ତ ଆପ୍ ଏକ ଘଣ୍ଟା ପାଇଁ ଡାଉନ୍ ରହିବ। ଏଥିସହିତ ଗ୍ରାହକମାନେ ଇଣ୍ଟରନେଟ ବ୍ୟାଙ୍କିଂ ମଧ୍ୟ ବ୍ୟବହାର କରିପାରିବେନାହିଁ। ଶନିବାର ସକାଳ ୧ଟା ୧୦ ମିନିଟ୍‌ଠାରୁ ୨ଟା ୧୦ ମିନିଟ୍‌ ପର୍ୟ୍ୟନ୍ତ ଏଭଳି ସମସ୍ୟା ଦେଖିବାକୁ ମିଳିବ। ତେବେ ବେସିକ ସର୍ଭିସ ପାଇଁ ଗ୍ରାହକମାନେ ହ୍ୱାଟସଆପ ବ୍ୟାଙ୍କିଂ ସେବାର ଫାଇଦା ଉଠାଇପାରିବେ। ଏଥିସହିତ ଆପଣମାନେ ବ୍ୟାଙ୍କ ସମ୍ବନ୍ଧୀୟ କାର୍ୟ୍ୟ ପାଇଁ ଏସବିଆଇର ଟୋଲ ଫ୍ରି ନମ୍ବରରେ ମଧ୍ୟ କଲ୍ କରିପାରିବେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button