ରାଜ୍ୟ

ରାସ୍ତାରେ ହୁ ହୁ ହୋଇ ଜଳିଲା ଟ୍ରକ୍‌ – Ibnodisha

[ad_1]

କେନ୍ଦୁଝର: କେନ୍ଦୁଝର ଜିଲା ଚମ୍ପୁଆ ଥାନା ରିମୁଳି ନିକଟରେ ଜାତୀୟ ରାଜପଥ ୫୨୦ରେ ଶନିବାର ଏକ ଟ୍ରକ୍‌ ଜଳଯାଇଛି। ଟ୍ରକଟି ଲୁହାପଥର ଲୋଡକରି ଯୋଡ଼ାରୁ ରିମୁଳି ଅଭିମୁଖେ ଆସୁଥିବା ବେଳେ ଏଭଳି ଘଟିଥିଲା। ସୂଚନାନୁଯାୟୀ, ଟ୍ରକଚାଳକ ରାସ୍ତା କଡ଼ରେ ଟ୍ରକ ପାର୍କିଂ କରି ଶୌଚ ହେବାକୁ ଯାଇଥିବା ବେଳେ ହଠାତ ଟ୍ରକ୍‌ର କ୍ୟାବିନରେ ନିଆଁ ଲାଗି ଜଳିଯାଇଥିଲା। ଗାଡ଼ିଚାଳକ ଏନେଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଚମ୍ପୁଆ ଦମକଳକେନ୍ଦ୍ରକୁ ଖବର ଦେଇଥିଲେ। ନିଆଁ ଲାଗିବାର କାରଣ ଜଣାପଡ଼ି ନ ଥିଲେ ହେଁ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପୂର୍ବରୁ କ୍ୟାବିନ ସମ୍ପୂର୍ଣ୍ଣ ଜଳିଯାଇଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button