ରାଜ୍ୟ

କାନ୍ଥ ପଡ଼ି ପୁଅ ମୃତ, ବାପା-ମା ଗୁରୁତର – Ibnodisha

[ad_1]

ଜଳେଶ୍ଵର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଅଧୀନସ୍ଥ ପଶ୍ଚିମବାଡ଼ ଗ୍ରାମରେ ଆଜି ସକାଳ ପ୍ରାୟ ୭ଟା ସମୟରେ ଏକ ପୁରୁଣା କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ବରଣୀରୁ ପ୍ରକାଶ ଯେ ଆଜି ସକାଳେ ପଶ୍ଚିମବାଡ଼ ବସ୍ତିର ସେକ ସମିରୁଦ୍ଦିନ (୪୫), ତାଙ୍କ ପତ୍ନୀ ସେକ ଆସୁନି ବିବି(୩୫) ଓ ପୁତ୍ର ସେକ ଆରିଫ(୨୫) ରାସ୍ତା ପାର୍ଶ୍ବରେ ପଡ଼ିଥିବା ଚିପ୍ସ ଗୋଟାଇବା କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ସେହି ପାଖରେ ଥିବା ସମିରୁଦ୍ଦିନଙ୍କ ସାନ ଭାଇ ସେକ ଆଇନଦ୍ଦିନଙ୍କ ଘରର ପୁରଣା ମାଟି ଇଟା କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେହି କାନ୍ଥ ତଳେ ତିନି ଜଣଯାକ ଚାପି ରହି ଯାଇଥିଲେ। ଗ୍ରାମବାସୀ ବହୁ କଷ୍ଟରେ ସେମାନଙ୍କୁ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବା ବେଳେ ସେଠାରେ ଆରିଫଙ୍କୁ ମୃତ ଘୋଷଣା କରାଯାଇଥିଲା। ସେହିପରି ସମିରୁଦ୍ଦିନ ଓ ଆସୁନି ବିବିଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏହି ଖବର ପ୍ରଚାରିତ ହେବା ଫଳରେ ପଶ୍ଚିମବାଡ଼ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button