ଦେଶ

ଟ୍ରକ୍‌ ଧକ୍କାରେ ଲଣ୍ଡ‌ନରେ ଚାଲିଗଲା ଭାରତୀୟ ଛାତ୍ରୀଙ୍କ ଜୀବନ – Ibnodisha

[ad_1]

ନୂଆଦିଲ୍ଲୀ: ଗତ ସପ୍ତାହରେ କେନ୍ଦ୍ରୀୟ ଲଣ୍ଡନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଟ୍ରକ ଦ୍ୱାରା ଧକ୍କା ହେବା ପରେ ୩୩ ବର୍ଷୀୟ ଭାରତୀୟ ଛାତ୍ରୀଙ୍କର ଜୀବନ ଯାଇଛି। ଛାତ୍ରୀ ଜଣକ ତାଙ୍କ ଘରକୁ ସାଇକେଲ ଯୋଗେ ଯାଉଥିବା ବେଳେ ଟ୍ରକ୍‌ ଧକ୍କା ହେବାରୁ ତାଙ୍କ ଜୀବନ ଯାଇଛି। ପୂର୍ବରୁ ନୀତି ଆୟୋଗରେ କାମ କରୁଥିବା ଚେଇସ୍ତା କୋଚର୍‌ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ବିହେଭିୟରାଲ୍‌ ସାଇନ୍ସରେ ପିଏଚ୍‌ଡି କରୁଥିଲେ। ସେ ସେଲୁଲାର୍‌ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆର ମହାନିର୍ଦ୍ଦେଶକ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲଙ୍କ ଝିଅ ଥିଲେ। ଲିଙ୍କଡଇନ୍‌ରେ ଏକ ଭାବପ୍ରବଣ ପୋଷ୍ଟରେ ପୀଡ଼ିତାଙ୍କ ବାପା ଲେଖିଛନ୍ତି ଯେ ସେ ଲଣ୍ଡନରେ ଅଛନ୍ତି ଏବଂ ତାଙ୍କ ଝିଅ କୋଚରଙ୍କ ମୃତଦେହ ସଂଗ୍ରହ କରିବାକୁ ଚେଷ୍ଟା କରୁଛନ୍ତି।

ମାର୍ଚ୍ଚ ୧୯ ତାରିଖରେ ରାତି ପ୍ରାୟ ୮.୩୦ ସମୟରେ (ସ୍ଥାନୀୟ ସମୟ) ଏହି ଘଟଣା ଘଟିଥିଲା। ଜରୁରୀକାଳୀନ ସେବା ଉଦ୍ୟମ ସତ୍ତ୍ବେ ୩୩ ବର୍ଷୀୟ ଭାରତୀୟ ଯୁବତୀଙ୍କ ଜୀବନ ରକ୍ଷା କରାଯାଇ ହୋଇନାହିଁ। ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରେ ଅଟକି ଯାଇ ବର୍ତ୍ତମାନ ପୁଲିସକୁ ପଚରାଉଚରାରେ ସାହାଯ୍ୟ କରୁଛନ୍ତି ବୋଲି ପୁଲିସ ମୁଖପାତ୍ର ଦର୍ଶାଇଛନ୍ତି। ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button