ଦେଶ

ଜିକା ଭାଇରସ ଆତଙ୍କ: ପଜିଟିଭ୍ ଚିହ୍ନଟ ପରେ ହାଇ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ – Ibnodisha

[ad_1]

ବେଙ୍ଗାଲୁରୁ: ଗୋଟେ ଭାଇରସ ନଯାଉଣୁ ଆଉ ଗୋଟେ ଭାଇରସ ଉଭା ହେବା ଫଳରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଚାଲିଛି । ଏବେ କର୍ଣ୍ଣାଟକରେ ମାରାତ୍ମକ ଜିକା ଭାଇରସ ଚିହ୍ନଟ ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗରେ ହାଇ ଆଲର୍ଟରେ ରହିଛି । କର୍ଣ୍ଣାଟକର ଚିକ୍କାବାଲ୍ଲାପୁର ଜିଲ୍ଲାରେ ଜିକା ଚିହ୍ନଟ ହୋଇଥିବା ସୂଚନା ମିଳିଛି । ମଶା ଦ୍ୱାରା ବ୍ୟାପୁଥିବା ଏହି ଭୂତାଣୁ କେରଳରେ ବ୍ୟାପିବା ପରେ କର୍ଣ୍ଣାଟକରେ ବ୍ୟାପିବା ସନ୍ଦେହ କରି ଗତ ଅଗଷ୍ଟରେ ସାମ୍ପଲ ପଠାଯାଇଥିଲା । ଏବେ ରିପୋର୍ଟ ପଜିଟିଭ୍ ଆସିଛି ।

ଯାହାକୁ ନେଇ ରାଜ୍ୟ ସରକାରଙ୍କର ଚିନ୍ତା ବଢ଼ି ଯାଇଛି । ଚିକ୍କାବାଲ୍ଲାପୁର ଜିଲ୍ଲା ସ୍ୱାସ୍ଥ୍ୟ ଅଫିସର ମହେଶ କହିଛନ୍ତି ସାରା ରାଜ୍ୟରୁ ସଂଗ୍ରହ କରାଯାଇଥିବା ୧୦୦ ନମୂନା ମଧ୍ୟରେ ଚିକ୍କାବାଲ୍ଲାପୁରରୁ କେବଳ ୬ଟି ନମୁନା ରହିଥିଲା । ସେଥମଧ୍ୟରୁ ୫ଟି ନେଗେଟିବ୍ ଚିହ୍ନଟ ହୋଇଥିବା ବେଳେ ଗୋଟିଏ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଏଥିସହିତ ଜ୍ୱରର ଲକ୍ଷଣ ଥିବା ୩୦ ଗର୍ଭବତୀ ମହିଳା ଓ ୭ ପୁରୁଷଙ୍କ ଠାରୁ ସମ୍ପଲ ନିଆଯାଇଥିଲା । ଏମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇି ବୋଲି ମହେଶ କହିଛନ୍ତି ।

ଏଥିସହିତ ଯେଉଁମାନଙ୍କୁ ୩ ଧରି ପ୍ରବଳ ଜର ହେଉଛି ସେମାନେ ଆସି ନିଜର ରକ୍ତ ନମୁନା ପରୀକ୍ଷା କରାଇ ନିଅନ୍ତୁ ବୋଲି ସ୍ୱାସ୍ଥ୍ୟ ଅଧିକାରୀ ମହେଶ କହିଛନ୍ତି । ଡିଏଚ୍‌ଓ ଆହୁରି କହିଛନ୍ତି ଯେ ଉକ୍ତ ଗାଁର ୫କିମି ଏରିଆ ଭିତରେ ସର୍ଭେ କରାଯାଇଥିଲା । ଏହି ଅଞ୍ଚଳରେ ସଂକ୍ରମିତ ଏଡିଜ୍ ମଶା ଥିବା ଜଣାପଡ଼ିଥିଲା । ତେବେ ଏନେଇ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button