ରାଜ୍ୟ

ପରିକଳ୍ପନା ପ୍ରକଳ୍ପ; ଆଜିଠୁ ପୂଜାପାଠ ଆରମ୍ଭ, ଯଜ୍ଞପାଇଁ ଅଙ୍କୁରାରୋପଣ – Ibnodisha

[ad_1]

ପୁରୀ: ଆସନ୍ତା ୧୭ ତାରିଖରେ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବାକୁ ଯାଉଛି । ଏନେଇ ଆଜି ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ୱତନ୍ତ୍ର ବୈଠକରେ କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇଛି । ଆସନ୍ତାକାଲି ଅପରାହ୍ନ ୫ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଗଜପତିଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ସନ୍ଧ୍ୟା ସାଢ଼େ ୬ଟାରୁ ୮ଟା ମଧ୍ୟରେ ଯଜ୍ଞ ପାଇଁ ଅଙ୍କୁରାରୋପଣ କରାଯିବ ।

୧୩ ତାରିଖରେ ଅଙ୍କୁର ସ୍ଥାପନ, ୧୪ ତାରିଖରେ ଅଙ୍କୁର ପୂଜନ ସହ ଯଜ୍ଞ ଅଧିବାସ, ମଣ୍ଡଳ ସ୍ଥାପନ, ଧ୍ୱଜା ସ୍ଥାପନ, ତୋରଣ ସ୍ଥାପନ କରାଯିବ । ସେହିପରି ୧୫ ତାରିଖରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ଆଚାର୍ଯ୍ୟଙ୍କ ଦ୍ୱାରା ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ, ଶ୍ରୀମନ୍ଦିର ଚାରି ଦ୍ୱାରରେ ବେଦ ପାରାୟଣ, ଅନ୍ତଃ ପ୍ରଦିକ୍ଷଣ ପଥରେ ନାମ ସଙ୍କୀର୍ତ୍ତନ, ବୈଷ୍ଣବାଗ୍ନି ସଂସ୍କାର, ହବନ୍‌, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରଦିକ୍ଷଣ କରାଯିବ ।

୧୬ ତାରିଖରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଲା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳ ପୂଜା, ହବନ, ଆରତି, ପୁଷ୍ପାଞ୍ଜଳି ଏବଂ ଶ୍ରୀମନ୍ଦିର ଚାରିଦ୍ୱାରରେ ବେଦ ପାରାୟଣ ଓ ଅନ୍ତପ୍ରଦକ୍ଷିଣ ପଥରେ ନାମସଂକୀର୍ତ୍ତନ ହେବ । ସେହିପରି ୧୭ ତାରିଖ ସକାଳ ୭ଟା ୩୦ରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା ପରେ ଅପରାହ୍ନ ୧ଟା ୧୫ ରୁ ୧ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଫଳକ ଉନ୍ମୋଚନ କରିବେ ।

ଅପରାହ୍ନ ୨ଟା ରୁ ୨ଟା ୩୦ ମଧ୍ୟରେ ପରିକ୍ରମା ମାର୍ଗରେ ପ୍ରଶିକ୍ଷଣ ପରେ ଉତ୍ତର ପାର୍ଶ୍ୱ ମଠରେ ହୋଇଥିବା ସଭା ସ୍ଥାନରେ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା ଓ ଧନ୍ୟବାଦ୍ ଜଣାଇବେ । ଏଥି ସହ ବିଭିନ୍ନ ପ୍ରକଳ୍ପର ଭିଡିଓ ଜାରୀ କରାଯିବ । ଅପରାହ୍ନ ୩ ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ । ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ଲାଇଟ୍ ଏବଂ ସାଉଣ୍ଡ ସୋ’ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ପ୍ରଦର୍ଶନ କରାଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button