ଖେଳ

୩ ଆମେରିକୀୟ ସମେତ ୩୭ ଜଣଙ୍କୁ ମୃତ୍ୟୁଦଣ୍ଡ; କଙ୍ଗୋରେ କ୍ଷମତା ପରିବର୍ତ୍ତନ ପାଇଁ ରଚିଥିଲେ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଶାସନ କ୍ଷମତା ପରିବର୍ତ୍ତନ ପାଇଁ ପ୍ରୟାସ କରୁଥିବା ୩ ଆମେରିକୀୟ ନାଗରିକ ସମେତ ୩୭ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି । ଗତ ମେ’ ମାସରେ ଏମାନେ ରାଜନୈତିକ କ୍ଷମତା ପରିବର୍ତ୍ତନ ପାଇଁ ଷଡ଼ଯନ୍ତ୍ର ରଚିଥିଲେ । ହେଲେ ଏଥିରେ ଆମେରିକା ନାଗରିକ ଏବଂ ଅନ୍ୟମାନେ ସଫଳ ହୋଇନଥିଲେ ।

ରାଜଧାନୀ କିଂଶାସରେ ଥିବା ରାଷ୍ଟ୍ରପତି ଭବନକୁ କବଜା କରି ନେଇଥିଲେ । କଙ୍ଗୋ ସେନା ଓ ପୋଲିସ ସେମାନଙ୍କ ଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରି ଗିରଫ କରିଥିଲା । ଏବେ ସମସ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି ।

ସୂଚନା ଅନୁଯାୟୀ, ସୈନ୍ୟ କାର୍ଯ୍ୟାନୁଷ୍ଠାନରେ କ୍ଷମତା ପରିବର୍ତ୍ତନ ପାଇଁ ଆସିଥିବା ସଶସ୍ତ୍ର ବାହିନୀ ମୁଖ୍ୟଙ୍କ ମୃତ୍ୟୁ ହୋଇଛି । ସେ ଆମେରିକାର ମୂଳ ବାସିନ୍ଦା ଏବଂ କଙ୍ଗୋଲିଆର ନେତା ବୋଲି କୁହାଯାଉଛି । କ୍ଷମତା ପରିବର୍ତ୍ତନ ଷଡ଼ଯନ୍ତ୍ରରେ ଖ୍ରୀଷ୍ଟିୟାନ ମାଲାଙ୍ଗାଙ୍କ ପୁଅ ମାର୍ସଲ ମାଲାଙ୍ଗାଙ୍କୁ ଦୋଷୀ ଭାବେ ଦର୍ଶାଯାଇଥିଲା । ଏହା ସହିତ ତାଙ୍କ ସାଙ୍ଗ ତଥା ଟ୍ରେଜ୍ ପାର୍ଟନର ଟେଲର ଥମସନଙ୍କ ବିରୋଧରେ ଆମେରିକାର ବେଞ୍ଜାମିନ ଜଲମନରେ ମକଦମା ଚଲାଯାଇଥିଲେ । ସେଠାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଅପରାଧିକ ଷଡଯନ୍ତ୍ର ପାଇଁ ୩ ଆମେରକୀୟ ଏବଂ ତାଙ୍କ ସାଥି ଦୋଷୀ ସାବ୍ୟସ୍ତ ହେବା ପରେ ସେମାନଙ୍କୁ ମୃତ୍ୟୁଦଣ୍ଡ ମିଳିଛି ।

କଙ୍ଗୋରେ କ୍ଷମତା ପରିବର୍ତ୍ତନ ଷଡ଼ଯନ୍ତ୍ରରେ ଆମେରିକୀୟ, ବ୍ରିଟିଶ, କାନାଡିୟ, ବେଲଜିୟମ ଏବଂ କଙ୍ଗୋ ନାଗରିକଙ୍କ ସମେତ ପ୍ରାୟ ୫୦ ଜଣ ବ୍ୟକ୍ତି ଏଥିରେ ସାମିଲ ଅଛନ୍ତି। ମୋଟ୍ ୩୭ ଜଣ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଏନେଇ ୱାଶିଂଟନରେ ସ୍ୱରାଷ୍ଟ୍ର ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ, ଦୂତାବାସ କର୍ମଚାରୀମାନେ ଏହି ପ୍ରକ୍ରିୟାରେ ଭାଗ ନେଇଛନ୍ତି ଏବଂ ଏହି ମାମଲା ଉପରେ ନଜର ରଖିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button