ଖେଳ

ଓଡିଶା ରାଜ୍ୟ ଆନ୍ତଃ କ୍ଳବ୍ ଭାରୋତ୍ତୋଳନ ପ୍ରତିଯୋଗିତା : ବଲାଙ୍ଗିର ଝିଅ ସୁନୈନା ବେହେରା ଜିତିଲେ ରୋପ୍ୟ ପଦକ

ବଲାଙ୍ଗିର : ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଏବଂ ରାଜ୍ୟ ଭାରୋତ୍ତଳନ ସଂଘର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ଓଡିଶା ରାଜ୍ୟ ଆନ୍ତଃ କ୍ଳବ୍ ଭାରୋ ତ୍ତୋଳନ ପ୍ରତିଯୋଗିତାରେ ବଲାଙ୍ଗିର ଝିଅ ସୁନୈନା ରୌପ୍ୟ ପଦକ ଜିତି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି । ପଦକ ବିଜୟିନୀ ସୁନୈନା ବଲାଙ୍ଗିର ପହଞ୍ଚିବା ପରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତାଙ୍କୁ ନିମନ୍ତ୍ରଣ କରି ତାଙ୍କ କୃତିତ୍ୱ ପାଇଁ ଶୁଭେଚ୍ଛା ଜଣାଇବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ସମ୍ବର୍ଦ୍ଧନା ଅବସରରେ ସୁନୈନା ଙ୍କ କୋଚ୍ ବିନାୟକ ରଞ୍ଜନ ପାଣ୍ଡେ, ଟିମ୍ ମେନେଜର ଭେଟେରାନ୍ ଖେଳାଳୀ ସୁଦାମ ବେହେରା, ସୁନୈନାଙ୍କ ପିତା ଅନନ୍ତ ବେହେରା ଓ ମାତା ମୀରା ବେହେରା ଉପସ୍ଥିତ ଥିଲେ । ବିଧାୟକ ମିଶ୍ର ସୁନୈନାଙ୍କ ଉଜ୍ୱଳ କ୍ରୀଡା ଭବିଷ୍ୟତ କାମନା କରି ନିରନ୍ତର ପ୍ରୟାସ ଜାରି ରଖିବା ସହ ଜିଲ୍ଲା, ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଓଡିଶା ରାଜ୍ୟ ଆନ୍ତଃ କ୍ଳବ୍ ଭାରୋତ୍ତୋଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ବଲାଙ୍ଗିରରୁ ସୁନୈନାଙ୍କ ସମେତ ୪ ଜଣ ପ୍ରତିଯୋଗୀ ଭୁବନେଶ୍ୱର ଯାଇଥିଲେ । ୪ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସୁନୈନା ତାଙ୍କ ପ୍ରଥମ ପଦାର୍ପଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରୌପ୍ୟ ପଦକ ଜିତି ରେକର୍ଡ କରିଛନ୍ତି । ଏହା ଜିଲ୍ଲାର ଅନ୍ୟ କ୍ରୀଡାବିତ୍ ଙ୍କୁ ପ୍ରେରଣା ଯୋଗାଇବ ବୋଲି କ୍ରୀଡାବିତ୍ ମହଲରେ ଆଶା ପ୍ରକାଶ କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button