Uncategorized

ରୋଷେଇ ପାଇଁ ପ୍ରେସର୍ କୁକର୍ ବ୍ୟବହାର କରୁଛନ୍ତି କି? ସାବଧାନ! ହୋଇପାରେ କ୍ୟାନ୍ସର ଭଳି ରୋଗ, ଜାଣନ୍ତୁ ପୂରା ଖବର

ବର୍ତ୍ତମାନ ଲୋକେ ବ୍ୟସ୍ତବହୁଳ ଜୀବନ ଯାପନ କରୁଛନ୍ତି। ସମସ୍ତେ ନିଜ ନିଜ କାମରେ ଏତେ ମାତ୍ରାରେ ବ୍ୟସ୍ତ ରହୁଛନ୍ତି ଯେ ସେମାନଙ୍କର ଖାଦ୍ୟଅଭ୍ୟାସ ମଧ୍ୟ ପ୍ରଭାବିତ ହେବାରେ ଲାଗୁଛି। କମ୍ ସମୟ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଇନ୍ଧନ ବଞ୍ଚାଇବା ଲକ୍ଷ୍ୟରେ ଲୋକେ ରୋଷେଇ କରିବା ପାଇଁ ପ୍ରେସର୍ କୁକର୍ ବ୍ୟବହାର କରୁଛନ୍ତି। ତେବେ, କିଛି ଖାଦ୍ୟକୁ ପ୍ରେସର କୁକରରେ ରାନ୍ଧିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ।

Potato

୧. ପ୍ରେସର୍ କୁକରରେ ଆଳୁ ସିଝାଇବା ଉଚିତ ନୁହେଁ। ଏଥିରେ ଅଧିକ ମାତ୍ରାରେ ଷ୍ଟାର୍ଚ ରହିଥାଏ। ପ୍ରେସର କୁକରରେ ସିଝାଇବା ଦ୍ୱାରା ଏଥିରୁ କିଛି କେମିକାଲ ନିର୍ଗତ ହୋଇଥାଏ। ଯାହାକି ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇପାରେ।

Rice

୨. ସମୟ ବଞ୍ଚାଇବା ପାଇଁ ସାଧାରଣତଃ ଲୋକେ ପ୍ରେସର କୁକରରେ ଭାତ ରାନ୍ଧିବା ପାଇଁ ପସନ୍ଦ କରୁଛନ୍ତି। କିନ୍ତୁ, ଏହା କରିବା ଦ୍ୱାରା ଭାତରୁ ନିର୍ଗତ ହେଉଥିବା ଷ୍ଟାର୍ଚ କେମିକାଲ ଛାଡ଼ିଥାଏ। ଏହା ଫେଣ ଆକାରରେ ରହୁଥିବା ବେଳେ ପ୍ରେସର୍ କୁକରରୁ ଏହି ଫେଣକୁ ବାହାର କରିବା ସମ୍ଭବ ହୋଇନଥାଏ।

Pasta

୩. ପ୍ରେସର୍ କୁକରରେ ନୁଡୁଲ୍ସ ଏବଂ ପାସ୍ତା ମଧ୍ୟ ରାନ୍ଧନ୍ତୁ ନାହିଁ। ଏହି ସବୁ ପଦାର୍ଥରେ ପ୍ରଚୁର ପରିମାଣର ଷ୍ଟାର୍ଚ୍ ରହିଥାଏ। ପ୍ରେସର୍ କୁକରରେ ସିଝାଇବା ଦ୍ୱାରା ଆପଣଙ୍କୁ ନ୍ୟୁରୋଲୋଜିକାଲ୍ ଡିସ୍ଅର୍ଡର ଓ କ୍ୟାନସର ଭଳି ରୋଗ ହେବାର ଆଶଙ୍କା ବଢ଼ିପାରେ।

Meat

୪. ପ୍ରେସର୍ କୁକରରେ କଦାପି ମାଛ ଏବଂ ମାଂସ ଭଳି ଆମିଷ ରାନ୍ଧନ୍ତୁ ନାହିଁ। ଏହା କରିବା ଦ୍ୱାରା ଖାଦ୍ୟର ସ୍ୱାଦ କମିଯିବା ସହିତ ଏଥିରୁ ବାହାରୁଥିବା ବ୍ୟାକ୍ଟେରିଆ ଶରୀରକୁ ଅଧିକ କ୍ଷତି ପହଞ୍ଚାଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button