ଜାମ୍ମୁ-କାଶ୍ମୀରରେ ଆତଙ୍କୀ ସଫା ଅଭିଯାନ ଜାରି; ଯବାନଙ୍କ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଆତଙ୍କୀଙ୍କ ବିରୋଧରେ ଲଗାତାର ଅଭିଯାନ ଜାରି ରହିଛି । ଶନିବାର ସକାଳୁ ବାରମୂଲା ଜିଲ୍ଲାରେ ଭାରତୀୟ ସେନା ଏହଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ବାରମୂଲା ସେକ୍ଟରରେ ଆତଙ୍କୀବାଦୀ ଉପସ୍ଥିତ ଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା ।
ଏହି ଇନପୁଟ୍ ଆଧାରରେ ଭାରତୀୟ ସେନା ଏବଂ ଜାମ୍ମୁ-କାଶ୍ମୀର ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଜଣେ ପୋଲିସ୍ ଅଧିକାରୀଙ୍କୁ ସୂଚନା ଅନୁଯାୟୀ, ଯବାନଙ୍କୁ ଦେଖି ଆତଙ୍କବାଦୀ ମାନେ ଗୁଳିମାଡ଼ କରିଥିଲେ । ଭାରତୀୟ ସେନା ଏହାର ମୁହଁତୋଡ ଜବାବ ଦେଇଛି । ସ୍ଥାନୀୟ ଅଞ୍ଚଳକୁ ଚାରିପଟୁ ଘେରାବନ୍ଦୀ କରି ୩ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।
ଅନ୍ୟପଟେ କିସ୍ତଓ୍ବାଡର ଚଟରୁ ଅଞ୍ଚଳରେ ଭାରତୀୟ ସେନା ଓ ଜାମ୍ମୁ-କାଶ୍ମୀର ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ କରିଛି । ସୁରକ୍ଷା ବାହିନୀର ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ଅତର୍କିତ ଗୁଳିବିନିମୟ କରିଥିଲେ । ଏହାର ପାଲଟା ଜବାବ ଦେଇଥିଲା ସେନା । ମାତ୍ର ଗୁଳିମାଡ଼ରେ ସେନାର ୪ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ଦେଶ ପାଇଁ ସହିଦ ହୋଇଥିବା ବେଳେ ଅନ୍ୟ ୨ଜଣଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।