ଖେଳ

୨୮ରୁ ମହିଳା ଜାତୀୟ ହକି ଶିବିର; ୩୪ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ନାମ ଘୋଷଣା – Ibnodisha

[ad_1]

ବେଙ୍ଗାଲୁର: ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଥିବା ଜାତୀୟ ମହିଳା ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ ପକ୍ଷରୁ ୩୪ ଜଣିଆ ସମ୍ଭାବ୍ୟ କୋର୍ ଗ୍ରୁପ୍ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ଏହି ଶିବିର ରାଞ୍ଚିରେ ହେବାକୁ ଥିବା ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ଏବଂ ହକି ଫାଇଭ୍‌୍ ବିଶ୍ୱକପ୍ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଆୟୋଜିତ ହେଉଛି । ବେଲଜିୟମ, ଜର୍ମାନୀ, ଆୟର୍ଲାଣ୍ଡ ଏବଂ ଆୟୋଜକ ଦେଶ ବିପକ୍ଷରେ ୫ଟି ନେସନ୍ସ ଟୁର୍ଣ୍ଣାମେଣ୍ଟ ଖେଳିବା ପରେ ସ୍ପେନ୍ ଗସ୍ତରୁ ଫେରିଥିବା ଭାରତୀୟ ଖେଳାଳିମାନେ ଅଳ୍ପ ସମୟର ବିରତି ପରେ ଶିବିରରେ ଯୋଗଦେବେ ।

ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଞ୍ଚିରେ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ୍ ଖେଳାଯିବ । ଏଥିପାଇଁ ଭାରତକୁ ପୁଲ୍‌-ବି’ରେ ନ୍ୟୁଜିଲାଣ୍ଡ, ଇଟାଲି ଓ ଆମେରିକା ସହ ରଖାଯାଇଛି । ପୁଲ୍ ‘ଏ’ରେ ଜର୍ମାନୀ, ଜାପାନ, ଚିଲି ଓ ଚେକ୍ ଗଣରାଜ୍ୟ ରହିଛନ୍ତି । ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଅନୁଷ୍ଠିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲା ।

ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ସ୍ପେନ୍‌ରେ ଆୟୋଜିତ ପଞ୍ଚରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଏକ ଭଲ ଲିଟମସ୍ ଟେଷ୍ଟ ଭଳି କାମ କରିଛି । ଟୁର୍ଣ୍ଣାମେଣ୍ଟ୍‌ରେ ଆମର ତ୍ରୁଟିକୁ ଠିକ୍‌ଭାବେ ଚିହ୍ନଟ କରିଛୁ ଏବଂ ଏହି ଶିବିରରେ ସେଗୁଡ଼ିକରେ ସୁଧା ପାଇଁ ଆମକୁ ଭଲ ସୁଯୋଗ ମିଳିବ ବୋଲି ମୁଖ୍ୟ କୋଚ୍ ଜାନେକ୍ ସ୍କପ୍‌ମ୍ୟାନ୍ କହିଛନ୍ତି ।

ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ବିଜୟ ପରେ ଟିମ୍‌ରେ ଭରପୂର ଉତ୍ସାହ ରହିଛି । ଏହି ଅଳ୍ପ ସମୟ ମଧ୍ୟରେ ଆମେ ପ୍ରଦର୍ଶନକୁ ଆହୁରି ମାର୍ଜିତ କରିବା ସହିତ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ଶାରୀରିକ, ରଣନୀତିକ ଏବଂ ମାନସିକ ସ୍ତରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଧ୍ୟାନ ଦେବୁ ବୋଲି ସେ କହିଛନ୍ତି । ଏହାପରେ ଟିମ୍ ଓମାନ୍‌ର ମସ୍କଟ୍ ଯାତ୍ରା କରି ସେଠାରେଌାନୁଆରୀ ୨୪ରୁ ୨୭ ପର୍ଯ୍ୟନ୍ତ ହେବାକୁ ଥିବା ହକି ଫାଇଭ୍‌୍ ବିଶ୍ୱକପ୍‌ରେ ଭାଗନେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button