ମନୋରଞ୍ଜନ

ଏମିତି ବନାନ୍ତୁ ‘ତନ୍ଦୁରୀ ଚିକେନ’, ମିଳିବ ରେସ୍ତୋରାଁ ଭଳି ସ୍ବାଦ

ଯଦି ଆପଣ ନନଭେଜ ପ୍ରିୟ ହୋଇଥାନ୍ତି ତେବେ ତନ୍ଦୁରୀ ଚିକେନ ନିଶ୍ଚୟ ପସନ୍ଦ ଆସୁଥିବ ଯାହକୁ ସ୍ନାକ୍ସରେ ଖିଆଯାଏ। ଏହାକୁ ଖାଇବାର ଦିୱାନା ଥିବା ଲୋକ ରେସ୍ତୋରାଁ ଯାଇ ଏହାର ମଜା ଉଠାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହାକୁ ଘରେ ବନାଇବାର ତରିକା ଜଣାଇବୁ। ଯାହା ରେସ୍ତୋରାଁ ଠାରୁ ଆହୁରୀ ଜବରଦସ୍ତ ଟେଷ୍ଟ ଦେଇଥାଏ। ସଂଧ୍ୟାରେ ବାହାରକୁ ଯିବା ଦରକାର ନାହିଁ ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲରେ ତନ୍ଦୁରୀ ଚିକେନ। ତେବେ ଆଜି ଆସନ୍ତୁ ଜାଣିବା ଏହାକୁ କେମିତି ବନାଇବେ।

ଆବଶ୍ୟକ ସାମଗ୍ରୀ

-୭ ରୁ ୮ ପିସ୍ ଚିକେନ

-୧ ଟେବୁଲ ଚାମଚ ଲାଲ ଲଙ୍କା ପାଉଡର

-୩/୪ ଟେବୁଲ ଚାମଚ ହଳଦି

-୧ ଟେବୁଲ ଚାମଚ ଅଦା ରସୁଣ ପେଷ୍ଟ

-୪ ରୁ ୫ଟି କଞ୍ଚା ଲଙ୍କା

-ଏକ ଟେବୁଲ ଚାମଚ ଲେମ୍ବୁ ରସ

-୧୦୦ ଗ୍ରାମ ଦହି

-ଲୁଣ ସ୍ବାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ଚିକେନ ନିଅନ୍ତୁ ଏବଂ ତାହାକୁ ଭଲଭାବେ ଧୋଇ ସଫା କରନ୍ତୁ। ଏବେ ଏହାକୁ ଛୋଟ ଖଣ୍ଡର ଆକାର ଦିଅନ୍ତୁ।

-ଏକ ପାତ୍ର ନେଇ ଲୁଣ, ଦହି, ଅଦା-ରସୁଣ ପେଷ୍ଟ, ଲାଲ ଲଙ୍କା, ଲେମ୍ବୁ ରସ, ହଳଦି, ଅଳ୍ପ ତେଲ ପକାଇ ଭଲଭାବେ ମିଶାନ୍ତୁ। ଏବେ ଏଥିରେ ଚିକେନକୁ ପକାଇ ଭଲଭାବେ ମିଶାନ୍ତୁ। ଏବେ ଏହାକୁ କିଛି ସମୟ ପାଇଁ ରଖି ଦିଅନ୍ତୁ।

-ଏବେ ଏହି ମିଶ୍ରଣକୁ ମାଇକ୍ରୋୱେଭରେ ୧୦-୧୫ ମିନିଟ୍ ରଖି ଦିଅନ୍ତୁ। ଚିକେନ ଭଲଭାବେ ହୋଇଗଲା ପରେ ବାହାରକୁ କାଢ଼ି ବଟର ଲଗାଇ ଦିଅନ୍ତୁ। ଦୁଇ ତିନି ମିନିଟ୍ ପାଇଁ ପୁଣି ମାଇକ୍ରୋୱେଭରେ ରଖନ୍ତୁ।

-କିଛି ସମୟ ପରେ ଯେତେବେଳେ ଚିକେନ ଭଲଭାବେ ହୋଇଯିବ ତାହାକୁ ବାହାରକୁ ବାହାର କରିଦିଅନ୍ତୁ। ପ୍ଲେଟରେ ଗରମା ଗରମ ଚିକେନକୁ କାଢ଼ି ଚାଟ୍ ମସଲା ଏବଂ ଳେମ୍ବୁ ଲଗାଇ ସର୍ଭ କରନ୍ତୁ। ଏବେ ଆପଣଙ୍କର ତନ୍ଦୁରୀ ଚିକେନ ପ୍ରସ୍ତୁତ ହୋଇଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button