ଦେଶ

ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ୧୫ ଘର – Ibnodisha

[ad_1]

ମୁମ୍ବାଇ : ଆଜି ସକାଳ ସମୟରେ ମୁମ୍ବାଇର ଗୋଟେ ଅଂଚଳରେ ପ୍ରଥମେ ନିଆଁ ଲାଗିଥିଲା । ଏହି ନିଆଁ ଧୀରେ ଧୀରେ ଅଗ୍ନିକାଣ୍ଡରେ ପରିଣତ ହୋଇଯାଇଥିଲା । ଅଗ୍ନିକାଣ୍ଡ ସକାଳ ସମୟରେ ଘଟିଥିବାରୁ ଘରେ ସମସ୍ତେ ଶୋଇଥିଲେ । ନିଆଁ ଲାଗିବାର ଖବର ପାଇ ସମସ୍ତେ ଘରୁ ବାହାରକୁ ପଳେଇଆସିଥିଲେ । ସ୍ଥାନୀୟ ଲୋକ , ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ୧୫ ଘର ଜଳି ପୋଡି ନଷ୍ଟ ହୋଇଯାଇଥିଲା । ଏହି ଅଗ୍ନିକାଣ୍ଡରେ କେହି ଆହତ ଓ ମୃତାହତ ହୋଇଥିବା ସୂଚନା ମିଳିନାହିଁ । ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିଲେ ସୁଦ୍ଧା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button