ଦେଶ

ଖୈବର୍‌-ପଖ୍‌ତୂନ୍‌ଖ୍ବାରେ ଆତ୍ମଘାତୀ ବିସ୍ଫୋରଣ; ୯ ପାକିସ୍ତାନୀ ନିରାପତ୍ତା ରକ୍ଷୀ ସହିଦ, ୧୭ ଆହତ – Ibnodisha

[ad_1]

ପେସାୱାର୍‌: ପାକିସ୍ତାନର ଖୈବର୍‌-ପଖ୍‌ତୂନ୍‌ଖ୍ବା ଅଞ୍ଚଳରେ ଗୁରୁବାର ଦିନ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟଣାରେ ଅନ୍ୟୂନ ୯ଜଣ ନିରାପତ୍ତା ରକ୍ଷୀ ସହିଦ ହୋଇଛନ୍ତି ଓ ଆଉ ୧୭ଜଣ ଆହତ ହୋଇଥିବା କଥା ‘ଡନ୍‌ ନିଉଜ୍‌’ ରିପୋର୍ଟ କରିଛି।

ପୁଲିସସୂତ୍ରରୁ ଉଦ୍ଧାର କରି ‘ଦି ପାକିସ୍ତାନ ଟେଲିଗ୍ରାଫ୍‌’ ରିପୋର୍ଟ କରିଛି, ବାଇକ୍‌ ଚଳାଇ ଆସୁଥିବା ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ମାଲି ଖେଲ୍‌ ଅଞ୍ଚଳରେ ନିରାପତ୍ତା ରକ୍ଷୀଙ୍କ ଗାଡ଼ିକୁ ଧକ୍କା ଦେଇଥି‌ଲେ।

ଆଫଗାନିସ୍ତାନକୁ ଲାଗିଥିବା ଖୈବର୍‌-ପଖ୍‌ତୂନ୍‌ଖ୍ବାର ସୀମାନ୍ତ ଜିଲ୍ଲା ବନ୍ନୁରେ ଘଟିଥିବା ଏହି ଆତ୍ମଘାତୀ ବିସ୍ଫୋରଣ ଘଟଣା ପାଇଁ ଏଯାବତ୍‌ କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ, ପାକିସ୍ତାନୀ ତାଲିବାନ୍‌ ଏହି ଆକ୍ରମଣ କରିଥାଇ ପାରେ ବୋଲି ସନ୍ଦେହ କରାଯାଉଛି।

Image Courtesy of News18

ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଅନ୍‌ୱାର୍‌ ଉଲ୍‌ ହକ୍‌ କାକର ବନ୍ନୁ ଡିଭିଜନ୍‌ ଘଟଣାରେ ‌ଦୁଃଖବ୍ୟକ୍ତ କରିଛନ୍ତି। ‘ଏକ୍ସ’ (ଟୁଇଟ୍‌) କରି ସେ ଲେଖିଛନ୍ତି: ଖୈବର୍‌-ପଖ୍‌ତୂନ୍‌ଖ୍ବାର ବନ୍ନୁ ଡିଭିଜନ୍‌ରେ କାପୁରଷ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ୯ଜଣ ପରାକ୍ରମୀ ଯବାନ ସହିଦ ହୋଇଥିବା ଓ ଆହୁରି ‌ଅନେକ ଆହତ ହୋଇଥିବା ଘଟଣାରେ ମର୍ମାହତ। ଏଭଳି କାଣ୍ଡ ଅତୀବ ନିନ୍ଦନୀୟ। ସହିଦ ଓ ଆହତଙ୍କ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା। ପାକିସ୍ତାନ ଏଭଳି ଆତଙ୍କବାଦକୁ ଦୃଢ଼ ବିରୋଧ କରୁଛି।

ପ୍ରାୟ ମାସେ ମଧ୍ୟରେ ପାକିସ୍ତାନର ଖୈବର୍‌-ପଖ୍‌ତୂନ୍‌ଖ୍ବା ଅଞ୍ଚଳରେ ଏହା ହେଉଛି ଏ ଧରଣର ଦ୍ବିତୀୟ ଆକ୍ରମଣ। ଜୁଲାଇ ୩୦ରେ ଏକ ରାଜନୈତିକ ଦଳର ସଭା ଚାଲିଥିବା ବେଳେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ଅନ୍ୟୂନ ୫୪ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ ଓ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button