ରାଜନୀତି

ଜନତାଙ୍କ ସମସ୍ୟା ସମାଧାନରେ ଖୁସି ନାହିଁ ବିଜେପି: ବିଜେଡି – Ibnodisha

[ad_1]

 ମନମୋହନଙ୍କୁ କଡା ଜବାବ ଦେଲେ ବ୍ୟୋମକେଶ
 ଭଦ୍ରକ ବିକାଶର ଗୋଟି ଗୋଟି କରି ହିସାବ ରଖିଲେ
 ଜନବିରୋଧି ନେତାଙ୍କୁ ଜବାବ ଦେବେ ଜନତା
ଭୁବନେଶ୍ୱର : ମନମୋହନ ବାବୁ, ଆମ ଜିଲ୍ଲା ଭଦ୍ରକକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟିମ୍ ଆସିବା ପରେ ବାବା ଆଖଣ୍ଡଳମଣି ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତି କାର୍ଯ୍ୟ ଆରମ୍ଭ ହୋଇଛି । ଆପଣ ମନ୍ତ୍ରୀ ଏବଂ ବିଧାୟକ ଥିବା ସମୟରେ ମନ୍ଦିରର ବିକାଶ ପାଇଁ କେବେ ଚେଷ୍ଟା ମଧ୍ୟ କରିନଥିଲେ ବୋଲି କହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ କଡା ଜବାବ ଦେଇ ଶ୍ରୀ ରାୟ କହିଛନ୍ତି ଯେ ଚାନ୍ଦବାଲିରୁ ଧାମରା ଯିବାକୁ ପୂର୍ବରୁ ୪ ଘଌକ୍ଷଗ୍ଧ;ା ସମୟ ଲାଗୁଥିଲା । ଏବେ ମନ୍ତେଇ ସେତୁ ନିର୍ମାଣ ଯୋଗୁଁ ମାତ୍ର ୪୫ ମିନିଟ୍ ଲାଗୁଛି । ଫଳରେ ହଜାର ହଜାର ଲୋକ ଉପକୃତ ହେଉଛନ୍ତି । ଇନଲାଣ୍ଡ ୱାଟର ୱେ ର ଯାହା ନିୟମ ରହିଛି ସେଥିରେ ସେତୁ କାମ ସମ୍ଭବ ହେଉନଥିଲା । ହେଲେ ସିଏମଓର ପ୍ରତ୍ୟକ୍ଷ ତତ୍ୱାବଧାନରେ କାମ ସମ୍ଭବ ହୋଇପାରିଥିଲା । ଭଦ୍ରକାଳୀ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ନେହେରୁ ଷ୍ଟାଡିୟମ ଉନ୍ନତିକରଣ ସାଙ୍ଗକୁ ସ୍ୱିମିଂ ପୁଲ କମ୍ପେ୍ଲକ୍ସ ନିର୍ମାଣ କରାଯାଉଛି । ମନ୍ଦିରର ବିକାଶ ସାଙ୍ଗକୁ ଭଦ୍ରକରେ ଚାଲୁଥିବା ଉନ୍ନତିମୂଳକ କାର୍ଯ୍ୟକୁ ଆପଣ ବିରୋଧ କରୁଛନ୍ତି କାହିଁକି?
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ବାବଦ ପଛର ଚିନ୍ତାଧାରା ଓ ଏ ବାବଦରେ କେତେ ଅର୍ଥ ଖର୍ଚ୍ଚ ହୋଇଛି ତାର ବିସ୍ତୃତ ତଥ୍ୟ ବିଧାନସଭାର ପବିତ୍ର ଗୃହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରଦାନ କରିଛନ୍ତି । ଯଦି ଆପଣଙ୍କ ପାଖରେ ଅଧିକ କିଛି ତଥ୍ୟ ଅଛି ତେବେ ଜନସାଧାରଣଙ୍କ ସାମ୍ନାରେ ଉପସ୍ଥାପନ କରନ୍ତୁ । ହେଲେ ଦୁର୍ଭାଗ୍ୟର କଥା ଆପଣ ଯେଉଁଭଳି ବିନା ତଥ୍ୟ ପ୍ରମାଣରେ ଭିତିହୀନ ଅଭିଯୋଗ ମାନ ଆଣୁଛନ୍ତି, ଲାଗୁଛି ଆପଣ ଜନତାଙ୍କ ସମସ୍ୟା ଦୂର ହେବା ଯୋଗୁଁ ଖୁସି ନାହାନ୍ତି । ଭଦ୍ରକବାସୀ ଏବଂ ଓଡିଶାବାସୀ ଖୁସିରେ ରହିଲେ ବୋଧେ ଆପଣଙ୍କୁ କଷ୍ଟ ହେଉଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ସେଥିପାଇଁ ସ୍ପଷ୍ଟ ଭାବେ କହିଛନ୍ତି, ଯିଏ ଜନତାଙ୍କ ବିକାଶକୁ ବିରୋଧ କରୁଛି ସେ ହେଉଛି ଜନବିରୋଧୀ । ଆଉ ଏଭଳି ଜନବିରୋଧୀ ନେତାଙ୍କୁ ଓଡିଶାବାସୀ ସବୁବେଳେ ଉଚିତ ଜବାବ ଦିଅନ୍ତି ବୋଲି ଶ୍ରୀ ରାୟ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button