ରାଜ୍ୟ

ଆଜିଠୁ ବାଲିଯାତ୍ରା ପ୍ଲଟ ରେଜିଷ୍ଟ୍ରେସନ ଆରମ୍ଭ ,୧୦ ଯାଏ ଚାଲିବ ପଞ୍ଜିକରଣ – Ibnodisha

[ad_1]

କଟକ : ଆସନ୍ତା ନଭେମ୍ବର ୨୭ ରୁ ଡିସେମ୍ବର ୪ ତାରିଖ ଯାଏଁ ଚାଲିବ କଟକର ଐତିହାସିକ ବାଲିଯାତ୍ରା। ଆଜିଠାରୁ ଆରମ୍ଭ ହୋଇଛି କ୍ଷୁଦ୍ର ବ୍ୟବସାୟୀ, ବିଭିନ୍ନ ଅନୁଷ୍ଠାନ, ସାଧାରଣ ବ୍ୟବସାୟୀଙ୍କ ପ୍ଲଟ ଆବଣ୍ଟନ ପାଇଁ ପଞ୍ଜିକରଣ ପ୍ରକ୍ରିୟା। ନଭେମ୍ବର ୪ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ପ୍ଲଟ ପଞ୍ଜୀକରଣ ପ୍ରକ୍ରିୟା ଚାଲିବ। ୧୧ ତାରିଖରୁ ୧୫ ତାରିଖ ଭିତରେ ପ୍ଲଟ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବ। ସମସ୍ତ ପ୍ଲଟ ଆବଣ୍ଟନ ପ୍ରକ୍ରିୟା ନଭେମ୍ବର ୨୦ ତାରିଖ ସୁଦ୍ଧା ଶେଷ କରାଯିବ। ଷ୍ଟାଡିୟମ ପରିସରରେ ଥିବା ବାରବାଟୀ ପ୍ୟାଲେସ ଠାରେ ଚାଲିଛି ପ୍ରକ୍ରିୟା। ଏନେଇ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ସୂଚନା ଦେଇଛନ୍ତି। ଉଠା ଦୋକାନୀ ବା ବ୍ୟବସାୟୀଙ୍କ ପାଇଁ ପଞ୍ଜିକରଣ ରାଶି ୧୦୦୦ ହଜାର ଟଙ୍କା ଧାର୍ଯ୍ୟ କରିଛି କଟକ ଜିଲ୍ଲା ପ୍ରଶାସନ। ସବୁ ପେମେଣ୍ଟ ଅନଲାଇନ ମାଧ୍ୟମରେ କରାଯିବ। ତେବେ ଚଳିତ ବର୍ଷ ନଭେମ୍ବର ୨୭ ରୁ ଡିସେମ୍ବର ୦୪ ପର୍ଯ୍ୟନ୍ତ ଉଭୟ ଉପର ଓ ତଳ ପଡ଼ିଆରେ ଚାଲିବ ଐତିହାସିକ ବାଲିଯାତ୍ରା। ଗତବର୍ଷ ବାଲିଯାତ୍ରା ଦେଖି ପ୍ରଧାନମନ୍ତ୍ରୀ ଯେପରି ପ୍ରଶଂସା କରିଥିଲେ, ଚଳିତବର୍ଷ ମଧ୍ୟ ଆମେ କୌଣସି କାର୍ଯ୍ୟରେ ହେଳା କରିବୁ ନାହିଁ ବୋଲି କହିଛନ୍ତି ମେୟର।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button