ଅପରାଧ

ବଡ଼ ଭାଇ ନେଲା ସାନ ଭାଇର ଜୀବନ – Ibnodisha

[ad_1]

ଭବାନୀପାଟଣା: କଥାରେ ଅଛି ବଡ଼ ଭାଇ ଥିଲେ ସାନ ଭାଇର କୌଣସି ଚିନ୍ତା ନଥାଏ । ସେହି ବାଡ ଭାଇ ବାପା ଭଳି ନିଜ ସାନ ଭାଇକୁ ରଖିଥାଏ । ସବୁ ବେଳେ ତାର ସୁରକ୍ଷାର ଚିନ୍ତା କରେ । ହେଲେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଏକ ଅଭାବନୀୟ ଘଟଣା ଘଟିଛି । ବଡ଼ ଭାଇ ଆକ୍ରମରେ ସାନ ଭାଇକ ମୃତ୍ୟୁ ହୋଇଛି । ଅଭିଯୁକ୍ତ ବଡ଼ ଭାଇର କ୍ରୋଧ ଏପରିଥିଲା ଯେ ନିଜ ରକ୍ତ ସମ୍ପର୍କ ଭାଇକୁ ମଧ୍ୟ ହତ୍ୟା କରିବା ପାଇଁ ପଛ ଘୁଞ୍ଚା ଦେଲା ନାହିଁ । ସୂଚନା ଅନୁଯାୟୀ ଭବାନୀପାଟଣା ସହରର ବାହାଦୁର ବଗିଚା ପଡ଼ାର ବାଡ ଭାଇ ଗଣେଶ ବାଗ ଓ ସାନ ଭାଇ ମହେନ୍ଦ୍ର ବାଗଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମି ବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ଗତ ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ବଚଶା ହେବା ସହ ଗଣ୍ଡଗୋଳ ହୋଇଥିଲା ।

ହେଲେ ଆଜି ସକାଳୁ ମଧ୍ୟ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ବଡ ଭାଇ ଗଣେଶ ବାଗ ଏଥିରେ ଉତକ୍ଷିପ୍ତ ହୋଇ ସାନ ଭାଇ ମହେନ୍ଦ୍ର ବାଗକୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲା ।ପରେ ନିଜେ ଅଭିଯୁକ୍ତ ଗଣେଶ ଟାଉନ ଥାନାକୁ ଯାଇ ପୋଲିସ ନିକଟରେ ଆତ୍ମସମପର୍ଣ କରିଥିଲା । ଖବର ପାଇ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକି୍ସାଲୟକୁ ପଠାଇଛି । ଅଭିଯୁକ୍ତକୁ ଥାନାରେ ଅଟକ ରଖି ଅଧିକ ପଚରା ଉଚୁରା କରୁଛି ପୋଲିସ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button