ଯୁବକଙ୍କ ଗଳା କାଟି ହତ୍ୟା – Ibnodisha
[ad_1]

ଭଞ୍ଜନଗର ଗଞ୍ଜାମରୁ ଜିଲ୍ଲା ବିରୋ ଅମରେନ୍ଦ୍ର କୁମାର ପଟ୍ଟନାୟକ : ଯୁବକଙ୍କୁ ବିଭତ୍ସ ହତ୍ୟା । ହତ୍ୟା ପରେ ଫିଙ୍ଗିଦେଲେ ନାଳକୁ । ପ୍ରଥମେ ଘଟଣା ଘଟିଥିବା ସ୍ଥାନ ନିକରେ ଥିବା ଏକ ଗଛ ରେ ବାନ୍ଧି ବାଡେଇ ବାଡେଇ ମାରିବା ପରେ ମୃତ୍ୟୁ ପରେ ଘୋଷାରି ଘୋଷାରି ନେଇ ପାଖରେ ଥିବା ନାଳରେ ଫୋପାଡି ଚାଲି ଯାଇଛନ୍ତି ଦୂରୁଦ୍ଦ । ଗାଁ ଲୋକେ ସକାଳେ ଶବ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ। ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି ବଡଗତ ଥାନା ଅନ୍ତର୍ଗତ ପ୍ରଦାପୁର ଗ୍ରାମରେ ।
ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଗଂଜାମ ଜିଲ୍ଲାର ବଡଗଡ ଥାନା ଅନ୍ତର୍ଗତ ଜଗନ୍ନାଥ ପୁରଶାସନର ୩୦ ବର୍ଷିୟ ନିଲୁ ବିଷୋୟି । ସେ ଗତକାଲି ରୁଗୁମୁ ନିକଟରେ କିଛି ଲୋକଙ୍କ ସହ ପାଟିତୁଣ୍ଡ କରୁଥିବା ଲୋକେ ଦେଖି ଥିଲେ । ପରେ ନିଲୁ ଆଉ ରାତିରେ ଘରକୁ ଯାଇ ନଥିଲେ । ହେଲେ ସକାଳୁ ନିଜ ଗାଁ ଠାରୁ ପ୍ରାୟ ୧୦ କିଲୋମିଟର ଦୁରରେ ଥିବା ପ୍ରତାପୁର ଗ୍ରାମର ଏକ ନାଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଘର ଲୋକ ଖବର ପାଇଥିଲେ .
ନିଲୁ ବିବାହିତ ତାଙ୍କର ସ୍ତ୍ରୀ ଓ ତିନି ପୁଅ ଝିଅ ଅଛନ୍ତି । ହେଲେ ସେ ନିଜ ସ୍ତ୍ରୀ ଓ ପୁଅ ଝିଅ ଠାରୁ ଅଲଗା ହୋଇ ନିଜ ଗାଁ ଜଗନ୍ନାଥ ପୁର ଶାସନ ରେ ରହୁଥିଲେ । ସ୍ତ୍ରୀ ପିଲା ଶଶୁର ଘରେ ରହୁଥିଲେ । ହେଲେ ସ୍ତ୍ରୀଙ୍କ ଅଭଯୋଗ ପ୍ରକାରେ ନିଲୁଙ୍କ ସହ ତାଙ୍କ ଭାଇ ଜମି ଜମାକୁ ନେଇ କଳହ କରୁଥିଲେ । ତେଣୁ ସେହି କାରଣରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।ଖବର ପାଇ ଘଟଣା ସ୍ଥଳରେ ଆସିକା ଏସ୍.ଡି.ପି.ଓ.ବଡଗଡ, ସେରଗତ ଓ ଧରାକୋଟ ଥାନା ଅଧିକାରି ପହଂଚି ଅଧିକ ତଦନ୍ତ କରୁଛନ୍ତି । ନିଲୁ ନିଜ ଗାଁ ଜଗନ୍ନାଥପୁର ଶାସନରୁ ସେଠାକୁ ଗଲେ କେମିତି । କିଏ ତାଙ୍କୁ ସେଠାକୁ ନେଲା । ଏ ସବୁ ଏପରେ ଖୋଳ ତାଳ ଚଳାଇଛି ପୋଲିସ । ଏପଟେ ପ୍ରତାପୁର ନିଲୁଙ୍କ ମଝିଆ ଭାଇର ଶଶୁର ଘର ହୋଇଥିବା ବେଳେ ନିଲୁ
ସେଠାକୁ କାହିଁକି ଯାଇଥିଲେ ସେ ଦିଗ ପ୍ରତି ନଜର ଦେଇଛି ପୋଲିସ୍ ।
[ad_2]