ଅପରାଧ

ଚିତାବାଘ ଛାଲ ଜବତ, ୨ ଗିରଫ – Ibnodisha

[ad_1]

ବୌଦ୍ଧ: ଚିତାବାଘ ଛାଲ ଚୋରା ଚାଲାଣକଣ୍ଟା ଘଟଣାରେ ୨ ଜଣ ଗିରଫ । ମାଳ ଜଙ୍ଗଲରୁ ଏକ ଚିତାବାଘ ଛାଲ ଜବତ କରିଛି ବନ ବିଭାଗ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ମୁକେଶ ମନହିରା ଏବଂ ଦିବ୍ୟଶଙ୍କର ବଗର୍ତ୍ତୀ ନାମକ ବ୍ୟକ୍ତିକୁ ପୋଲିସ ଗିରଫ କରିଛି। ଗିରଫ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବଲାଙ୍ଗୀର ଡିଏଫଓ ନୀତୀଶ କୁମାର ସୂଚନା ଦେଇଛନ୍ତି। ବଲାଙ୍ଗୀର ଡିଏଫଓ ନୀତୀଶ କୁମାରଙ୍କ ନେତୃତ୍ୱରେ ବନ ବିଭାଗର ଏକ ଟିମ୍ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ କୋଟାଗାଁରେ ଚଢ଼ାଉ କରିଥିଲା। ଚିତାବାଘ ଛାଲ ଚୋରା ଚାଲାଣ ସମ୍ପର୍କରେ ସୂଚନା ପାଇ ଏହି ରେଡ୍ କରିଥିଲା। ପରେ ସେହି ଗ୍ରାମର ମୁକେଶ ମନହିରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।ପଚରାଉଚରା ବେଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଫାଟାମୁଣ୍ଡା ଗ୍ରାମରେ ଧାନ ଗଦାରୁ କଲରାପତରିଆ ବାଘର ଚମଡ଼ା ସମ୍ପର୍କରେ ବନ ବିଭାଗ ଜାଣିବାକୁ ପାଇଥିଲା। ପରେ ବନ ବିଭାଗ ପକ୍ଷରୁ ଦିବ୍ୟଶଙ୍କର ବଗର୍ତ୍ତୀ ନାମକ ଆଉ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button