ଖେଳ

ଦକ୍ଷିଣ ଆଫ୍ରିକା ହକି ଟୁର୍ଣ୍ଣାମେଣ୍ଟ ସ୍ଥାନ ପାଇଛନ୍ତି ଓଡ଼ିଶାର ଏକମାତ୍ର ଖେଳାଳି – Ibnodisha

[ad_1]

ଭୁବନେଶ୍ୱର: ଜାନୁଆରି ୨୨ରୁ ଆରମ୍ଭ ହେବ ଦକ୍ଷିଣ ଆଫ୍ରିକା ହକି ଟୁର୍ଣ୍ଣାମେଣ୍ଟ। ଦକ୍ଷିଣ ଆଫ୍ରିକା ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ପୁରୁଷ ହକି ଦଳରେ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକାର କେପଟାଉନରେ ହେବାକୁ ଥିବା ଏହି ମ୍ଯାଚରେ ୪ଟି ଦେଶ ସାମିଲ ହେବେ। ଏହାପୂର୍ବରୁ ହକି ଇଣ୍ଡିଆ ବୁଧବାର ୨୬ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ଫ୍ରାନ୍ସ, ନେଦରଲାଣ୍ଡ, ଭାରତ ଏବଂ ଆୟୋଜକ ଦକ୍ଷିଣ ଆଫ୍ରିକା ଭାଗ ନେବେ।ଭାରତୀୟ ଦଳର ନେତୃତ୍ୱ ହରମନପ୍ରୀତ ସିଂହ ନେବେ ଏବଂ ହାର୍ଦ୍ଦିକ ସିଂହ ଉପଅଧିନାୟକ ଦାୟିତ୍ୱ ତୁଲାଇବେ। କନିଷ୍ଠ ଭାରତୀୟ ଦଳ ସହ ଚମତ୍କାର ପ୍ରଦର୍ଶନ ପରେ ଯୁବ ଖେଳାଳି ଅରିଜିତ୍ ସିଂହ ହୁଣ୍ଡାଲ ଓ ବବି ସିଂହ ଧାମିଙ୍କୁ ଦଳରେ ସାମିଲ କରାଯାଇଛି। ଗୋଲକିପର ପିଆର ଶ୍ରୀଜେଶ, କ୍ରିଷନ ପାଠକ ଓ ପୱନଙ୍କ ସହ ଡିଫେଣ୍ଡର ଜରମନପ୍ରୀତ ସିଂହ, ଯୁଗରାଜ ସିଂହ, ଅମିତ ରୋହିଦାସ, ହରମନପ୍ରୀତ ସିଂହ, ବରୁଣ କୁମାର, ସୁମିତ, ସଞ୍ଜୟ ଓ ରବିଚନ୍ଦ୍ର ସିଂ ମୋଇରାଙ୍ଗ ଥେମଙ୍କୁ ଦଳରେ ସାମିଲ କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button