ଖେଳ

ଟି-୨୦ ମ୍ୟାଚ : ଆୟର୍ଲାଣ୍ଡ ବିପକ୍ଷରେ ୨-୦ରେ ସିରିଜ ଜିତିଲା ଭାରତ – Ibnodisha

[ad_1]

ବ୍ୟୁରୋ : ବର୍ଷା ଧୋଇନେଲା ଶେଷ ଟି-୨୦ ମ୍ୟାଚ । ଆୟର୍ଲାଣ୍ଡ ବିପକ୍ଷରେ ୨-୦ରେ ସିରିଜ ଜିତିଲା ଭାରତ । ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ବିଜୟ ହୋଇଛି । ସ୍ଥାନୀୟ ସମୟ ୫.୪୫ ମିନିଟ୍‌ରେ ଅମ୍ପାୟାର ପଡ଼ିଆ ସ୍ଥିତି ଯାଞ୍ଚ କରିବା ପରେ ଶେଷରେ ସ୍ଥାନୀୟ ସମୟ ଅପରାହ୍ନ ୫.୫୮ ମିନିଟ୍‌ରେ ମ୍ୟାଚ୍‌କୁ ବାତିଲ ଘୋଷଣା କରାଯାଇଥିଲା । ଏହି ଗସ୍ତରେ ଭାରତ ପ୍ରଥମ ଦୁଇ ମ୍ୟାଚ୍‌ ଜିତି ଆଗୁଆ ଶୃଙ୍ଖଳା ଜିତିସାରିଥିଲା ।ବର୍ଷା ବାଧାପ୍ରାପ୍ତ ପ୍ରଥମ ମ୍ୟାଚ୍‌କୁ ୨ ରନ୍‌ରେ ଜିତିଥିଲା ବେଳେ ଦ୍ବିତୀୟକୁ ଭାରତ ୩୩ ରନ୍‌ରେ ବିଜୟୀ ହୋଇଥିଲା । ଏହାଫଳରେ ପ୍ରଥମ ଥର ଦଳର ନେତୃତ୍ବ ନେଉଥିବା ତଥା ଆହତରୁ ଫେରିଥିବା ଯଶପ୍ରୀତ୍‌ ବୁମ୍‌ରାଙ୍କ ପାଇଁ ଏହା ପ୍ରଥମ ଶୃଙ୍ଖଳା ବିଜୟ ହୋଇପାରିଛି । ବୁମରା ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଏହା ପରଠୁ ଏସିଆ କପ ପାଇଁ ଆସନ୍ତା ୩୦ରୁ ଶ୍ରୀଲଙ୍କା ଯିବ ଭାରତୀୟ କ୍ରିକେଟ ଦଳ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button