ଅପରାଧ

ବାପାଙ୍କୁ ହତ୍ୟା କରି ପୁଅ ଗିରଫ – Ibnodisha

[ad_1]


ଵ୍ରହ୍ମପୁର, ୧୬/୯  ସଦର ଥାନା ଅନ୍ତର୍ଗତ କୁମାରପୁରରେ ଶୁକ୍ରବାର ରାତ୍ର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ରମେଶ ପ୍ରଧାନ। ତାଙ୍କୁ ତାଙ୍କ ପୁଅ ଦାମୋଦର ହତ୍ୟା କରିଛନ୍ତି। ପୋଲିସ ଅଭିଯୁକ୍ତ ଦାମୋଦର ଙ୍କୁ ଗିରଫ କରିଛି। ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ରାତ୍ର ରମେଶ ପ୍ରଧାନ ଘରେ ଥିଲେ। ତାଙ୍କ ପୁଅ ଦାମୋଦର ପ୍ରଧାନ ଘରକୁ ଆସି ବାପା ଙ୍କୁ ମଦ ପିଇବାକୁ ଟଙ୍କା ମାଗିଥିଲେ। ରମେଶ ପ୍ରଧାନ ନିଜ ପାଖରେ ଟଙ୍କା ନଥିବା କହିଥିଲେ। ଯାହାକୁ ନେଇ ଦାମୋଦର ତାଙ୍କ ବାପାଙ୍କ ସହ ଝଗଡା କରିଥିଲେ। ଶେଷରେ ଦାମୋଦର ଉତ୍ତ୍ୟକ୍ତ ହୋଇ ଘରେ ଥିବା ଏକ କାଠ ଫାଳିଆରେ ତାଙ୍କ ବାପା ରମେଶଙ୍କ ମୁଣ୍ଡ ଉପରେ ପ୍ରହାର କରିଥଲେ। ଯାହାଫଳରେ ରମେଶ ଘର ଭିତରେ ହିଁ ଟଳି ପଢିଥିଲେ। ପରେ ଗୁରୁତର ଆହତ ହୋଇଥିବା ରମେଶଙ୍କ ସ୍ତ୍ରୀ ଛତ୍ରପୁରରେ ରହୁଥିବା ନିଜ ଝିଅ ନିର୍ମଳା ପ୍ରଧାନଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପରେ ଝିଅ କୁମାରପୁରରେ ପହଞ୍ଚି ଥିଲେ। ଅନ୍ୟପଟେ ପୋଲିସ ମଧ୍ୟ ସେଠାରେ ପହଞ୍ଚି ରମେଶ ବଞ୍ଚିଥିବା ଭାବି ଏମକେସିଜି ମେଡିକାଲ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟପଟେ ପୋଲିସ ମୃତ ରମେଶଙ୍କ ଝିଅଙ୍କ ଅଭିଯୋଗ ଅନୁଯାଇ ଶନିବାର ୪୫୯/୨୩ରେ ଏକ ହତ୍ୟା ମାମଲା ରୁଜୁ କରିଛି। ଘଟଣା ସ୍ଥଳରୁ ପୋଲିସ ରକ୍ତଭିଜା କାଠ ଫାଳିଆ ଜବତ କରିଛି। ଦାମୋଦର ପ୍ରଧାନଙ୍କୁ ପୋଲିସ

ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଏସଡ଼ିପିଓ ଶିବ ଶଙ୍କର ମହାପାତ୍ର ସୂଚନା ଦେଇଛନ୍ତି।

Nalco Logo



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button