ଅପରାଧ

ପରକିୟାପ୍ରୀତିରୁ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ – Ibnodisha

[ad_1]

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ କୋମଣ୍ଡ ଗାଁରେ ଘଟିଛି ଲୋମହର୍ଷକାରୀ ହତ୍ୟାକାଣ୍ଡ । ପରକୀୟା ପ୍ରୀତି ଧରା ପଡିଯିବାରୁ ପ୍ରେମିକ ସହ ମିଶି ସ୍ବାମୀକୁ ମାରି ଘରେ ପୋତିଥିଲା ସ୍ତ୍ରୀ । ଘର ଭିତରୁ ମାଟି ଖୋଳି ଶବ ବାହାର କଲା ପୋଲିସ । ମୃତକ ହେଲେ ପ୍ରକାଶ ନାୟକ । ପ୍ରାୟ ୨୦ ଦିନ ହେବ ପ୍ରକାଶ ନିଖୋଜ ଥିଲେ । ସନ୍ଦେହ ହେବାରୁ ପ୍ରକାଶଙ୍କ ବାପା ଓଡଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଛାନଭିନ୍ ଆରମ୍ଭ କରିଥିଲା ପୋଲିସ । ସ୍ଥାନୀୟ ଓଡଗାଁ ମ୍ୟାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଡଗାଁ ପୋଲିସ ଶବ ବାହାର କରିଛି । ସ୍ତ୍ରୀ ଜ୍ୟୋସ୍ନାରାଣୀ ନାୟକ, ଶାଶୁ ଡମଣି ପ୍ରଧାନ, ପ୍ରେମିକ ସୋନୁ ବେହେରାକୁ ପୋଲିସ ଅଟକ ରଖି କ୍ରାଇମ ରିକ୍ରିଏସନ କରିଛି । ଗାଁରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଫୋର୍ସ ମୁତୟନ କରାଯାଇଛି । ସାଇଣ୍ଟିଫିକ ଟିମ ସହ ତଦନ୍ତ କରୁଛି ପୋଲିସ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button