IBN ଓଡ଼ିଶା ବ୍ୟୁରୋ

Vastu Tips- 7 ଘୋଡାର ଫଟୋ ଘରର କେଉଁଠି ଓ କିପରି ଲଗେଇଲେ ବଢିଥାଏ ଧନ ସମ୍ପତି ?

ନମସ୍କାର ବନ୍ଧୁଗଣ । ଆମେ ସମସ୍ତେ ଘରକୁ ସୁନ୍ଦର ଓ ଆକର୍ଷଣ କରିବା ପାଇଁ ପ୍ରତ୍ଯେକ ଦିନ ଭିନ୍ନ ଭିନ୍ନ ପ୍ରକାରର ଚେଷ୍ଠା ମାନ କରିଥାଉ । ଘରେ ନାନା ପ୍ରକାର ଫୋଟୋ ଆଦି ମଧ୍ୟ ଲାଗିଥାଉ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଯଦି ଫୋଟୋ ଚିତ୍ର ମାନ ଲଗାଯାଏ, ତେବେ ଏହାଦ୍ଵାରା ଘରେ ସକରାତ୍ମକତା ଶକ୍ତିର ଊର୍ଜା ଭରି ଯାଇଥାଏ । କିନ୍ତୁ ବେଳେବେଳେ ଅଜ୍ଞାନତାର କାରଣ ରୁ ଆମେ ମାନେ କିଛି ଏପରି ଭୁଲ ମାନ କରି ଦେଇଥାଉ । ଯାହା କାରଣ ରୁ ଆମ ମାନଙ୍କୁ ଏହାର ଖୁବ ଭୟଙ୍କର ପରିଣାମ ମଧ୍ୟ ଭୋଗିବାକୁ ପଡିଥାଏ ।

ଅନେକ ଥର ଦେଖା ଯାଇଥାଏ କି ଲୋକ ମାନେ ନିଜ ଘରେ କିମ୍ବା ଅଫିସ ରେ ଧଳା ରଙ୍ଗର ସାତଟି ଘୋଡା ଦୌଡୁଥିବାର ଫୋଟୋ ଲଗାଇଥାନ୍ତି । କିନ୍ତୁ ଏହାର ଅର୍ଥ କଣ? ତାହା ବୋଧ ହୁଏ କିଛି ଲୋକ ହିଁ ଜାଣିଥିବେ । ବନ୍ଧୁଗଣ ପ୍ରତ୍ଯେକ ଫୋଟୋ କିଛି ନା କିଛି ଅର୍ଥ କୁ ପ୍ରତିପାଦନ କରିଥାଏ ।

ତେଣୁ ଘରେ କୌଣସି ହିଂସ୍ର ଜନ୍ତୁ ବା କୌଣସି ଯୁଦ୍ଧ ଆଦିର ଫୋଟୋ ଲଗାଇବା ଉଚିତ ହୋଇ ନଥାଏ । ଘରେ ସାତ ଟି ଧଳା ଘୋଡା ଦୌଡୁଥିବା ଫୋଟୋ ଲଗାଇବା ଦ୍ଵାରା ଜୀବନରେ ସଫଳତା ପ୍ରାପ୍ତ ହୋଇଥାଏ । ଏହାସହ ଜୀବନରେ ସକରାତ୍ମକତା ଭରି ଯାଇଥାଏ । ଏହାର କାରଣ ହେଉଛି ଘୋଡା ମାନେ ବହୁତ ଊର୍ଜାବନ ର ହୋଇଥା’ନ୍ତି ।

ତେଣୁ ଏମାନଙ୍କୁ ଦେଖିବା ଦ୍ଵାରା ଶରୀରରେ ଏକ ଅଦ୍ଭୁତ ଊର୍ଜା ର ପ୍ରବେଶ ହୋଇଥାଏ । ତାହାଛଡା ଏହା ଆପଣଙ୍କୁ ଜୀବନରେ ସଫଳତା ପ୍ରାପ୍ତ କରିବାରେ ମଧ୍ୟ ସହାୟକ ହୋଇଥାଏ । ଦୌଡୁଥିବା ଘୋଡା ସଫଳତାର ପ୍ରତିକ ଅଟନ୍ତି । ତାହାସହ ବାସ୍ତୁଶାସ୍ତ୍ର ଅନୁସାରେ ୭ ଅଙ୍କ ଟି ସକାରତ୍ମକତା କୁ ସୁଚାଇ ଥାଏ । ଏହି ସାତ ଅଙ୍କ ଟିକୁ ଅତି ଶୁଭ ବୋଲି କୁହାଯାଇଥାଏ ।

ଏହା ପ୍ରକୃତିକ ଓ ସାର୍ବଭୌମିକ ସମସ୍ତ ଦ୍ରୁଷ୍ଟି ରୁ ହିଁ ଶୁଭ ହୋଇଥାଏ । ତେଣୁ ସାତ ଘୋଡାର ଫୋଟୋ ଲଗାଇବା ଶୁଭ ହୋଇଥାଏ । ବ୍ୟାପାର ରେ ପ୍ରଗତି ପାଇଁ ଅଫିସ ରୁମ ରେ ଏହି ଫୋଟୋ କୁ ଲଗାଇବା ଉଚିତ । ଏହାକୁ ଅଫିସ ର ଦକ୍ଷିଣ ଦିଗ କାନ୍ଥରେ ଲଗାଇବା ଶୁଭ ହୋଇଥାଏ । ଏହାସହ ଲଗାଇଲା ବେଳେ ଧ୍ଯାନ ଦେବା ଉଚିତ ଯେପରି ଘୋଡା ଗୁଡିକ ଅଫିସ ଭିତରକୁ ଆସୁଥିବା ଭଳି ଲାଗୁଥିବେ ।

ନା କି ବାହାରକୁ ଯାଉଥିବା ଭଳି । ଯଦି ଆପଣ କୌଣସି ଘୋଡାର ମୂର୍ତି ମଧ୍ୟ କିଣୁଛନ୍ତି, ତେବେ ତାହା ମଧ୍ୟ ଦୌଡୁଥିବା ମୁଦ୍ରା ରେ ଥିବା ଶୁଭ ହୋଇଥାଏ । ତାହାସହ ଘୋଡାର ମୁହଁ ଦେଖିଲେ ଏପରି ଯେମିତି ନ ଲାଗେ କି ଘୋଡା ଟି ରାଗି ଅଛି, ବା ଚିଡ ଚିଡା ଭଳି ଲାଗୁଛି । ଫୋଟୋ ଟି ଏପରି ହେବା ଦରକାର ଯେପରି କି ଘୋଡା ଟିକୁ ଦେଖି ମନ କୁ ପ୍ରସନ୍ନତା ଆସିବ ।

ଯେପରିକି ସେ ଖୁସି ଅଛି ଏହାଦ୍ଵାରା ଏହି ଘୋଡା ର ଫୋଟୋ ଆପଣଙ୍କ ଜୀବନରେ ଥିବା ଆର୍ଥିକ ସମସ୍ଯା ଗୁଡିକ ଦୂର କରି ଦେଇଥାଏ । ଓ ଆପଣ ଜୀବନରେ ଅଧିକ ରୁ ଅଧିକ ସଫଳତା କୁ ପ୍ରାପ୍ତ କରିବେ । ତେବେ ବନ୍ଧୁଗଣ ଆପଣଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button