ରାଜ୍ୟ

କୋଟିପତି ଆରଟିଓ ବସନ୍ତ ମହାପାତ୍ର ଗିରଫ – Ibnodisha

[ad_1]

ବୌଦ୍ଧ : ବୌଦ୍ଧ କୋଟିପତି ଆରଟିଓ ବସନ୍ତ ମହାପାତ୍ର ଗିରଫ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ତେବେ ପୂର୍ବରୁ ବସନ୍ତ କୁମାର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଥିଲା । ବସନ୍ତଙ୍କ ବୌଦ୍ଧ ଭଡ଼ାଘର ଓ ଅଫିସ୍ ସମେତ ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲାର ୧୦ ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା ରାଜ୍ୟ ଭିଜିଲାନ୍ସର ୧୦ଟି ଟିମ୍ । ଏନେଇ ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏଥିରେ ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ । ସୂଚନା ମୁତାବକ ବସନ୍ତ ମହାପାତ୍ରଙ୍କ ପାହଳସ୍ଥିତ ଉତ୍କଳ ସିଗ୍ନେଚର ଆପାର୍ଟମେଣ୍ଟ୍‌ରେ ଥିବା ଫ୍ଲାଟ୍‌, ଉତ୍କଳ ଗ୍ୟାଲେରିଆ ମଲରେ ଥିବ ୨ଟି ସପିଂ ଆଉଟଲେଟ୍‌, କଳାରହାଙ୍ଗରେ ଥିବା ଆଇକନିକ୍ ଟାୱାର ଫ୍ଲାଟ୍‌, କଳ୍ପଳା ସ୍ଥିତ ରୟାଲ ରେସିଡେନ୍ସରେ ୩ ବିଏଚ୍‌କେ ଫ୍ଲାଟ, ଶୈଳଶ୍ରୀ ବିହାରର ଥିବା ୱେଷ୍ଟ ଆପାର୍ଟମେଣ୍ଟର ଫ୍ଲାଟ, ରଙ୍ଗମାଟିଆରେସ୍ଥିତ ହରପ୍ରିୟା ଏନ୍‌କ୍ଲେଭରେ ଥିବା ଫ୍ଲାଟ, ବୌଦ୍ଧ ଆରଟିଓ ଅଫିସ ଚାମ୍ବର, ଭଡ଼ାଘର, ଭଞ୍ଜନଗରରେ ଥିବା ପୈତୃକ ଘର ଓ ବ୍ରହ୍ମପୁର କମାପଲିରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସ ସୁତ୍ରରୁ ଜଣାପଡ଼ିଛି ଯେ ଇତ୍କଳ ସିଗ୍ନେଚର ଥିବା ୩ ହଜାର ବର୍ଗଫୁଟ ଫ୍ଲାଟର ଆନୁମାନିକ ମୁଲ୍ୟ ୧ କୋଟି ଟଙ୍କା । ଉତ୍କଳ ଗ୍ୟାଲେରିଆ ମଲରେ ଥିବା ୨୫ ଶହ ବର୍ଗଫୁଟର ୨ଟି ସପିଂ ଆଉଟଲେଟର ଆନୁମାନିକ ମୁଲ୍ୟ ୨ କୋଟି, ରୋୟାଲ ରେସିଡେନ୍ସିରେ ଥିବା ୩ ବିଏଚ୍‌କେ ଫ୍ଲାଟର ଆନୁମାନିକ ମୁଲ୍ୟ ୧ କୋଟି, ସେହିପରି ପଟିଆରେ ଥିବା ୫ ବିଏଚକେ ଫ୍ଲାଟ୍ ପାଇଁ ୧ କୋଟି ୩୫ ଲକ୍ଷ ଆଡଭାନସ ଦେଇଥିବା ବେଳେ ବାଙ୍ଗାଲୋରରେ ଥିବା ଫ୍ଲାଟ ପାଇଁ ୮୮ ଲକ୍ଷ ଆଡଭାନସ ଦେଇଥିବା ଜଣାପଡ଼ିଛି । ତାସହ ଭୁବନେଶ୍ୱର ଆକ୍ସିସି ବ୍ୟାଙ୍କରେ ୨.୧୧ କୋଟି, ଆଇସିଆଇସିଆଇ ବ୍ୟାଙ୍କରେ ୪୪.୩୫ ଲକ୍ଷ ଓ ଏସବିଆଇ ବ୍ୟାଙ୍କରେ ରହିଛି ୩୯.୫୫ ଲକ୍ଷ ଟଙ୍କାର ଫିକ୍ସି ଡିପୋଜିଟ୍ । ସେହିପରି ଏନଏଚ୍‌ଏଆଇରେ ୪୮ ଲକ୍ଷ ଟଙ୍କାର ବଣ୍ଡ, ତାସହ ମେକ୍ସ ଲାଇଫ୍ ଇନସୁରେନ୍ସରେ ୩୧.୯୦ଲକ୍ଷର ଇନସୁରେନ୍ସ କରିଛନ୍ତି ବସନ୍ତ । ଏଥି ସହିତ ଚଢ଼ଉ ବେଳେ ୫୯୦ ଗ୍ରାମ ସୁନା, ୩୧୮ ଗ୍ରାମ ରୁପା, ୧ ଲକ୍ଷ ୧୬ ହଜାର ୭୦୦ ନଗଦ ଟଙ୍କା ସହ ଗୋଟିଏ ଦୁଇଚକିଆ ଗାଡି ଜବତ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଠାବ କରିଥିବା ସମ୍ପତ୍ତିର ମୂଲ୍ୟ ସର୍ବମୋଟ ୧୯ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି । ହେଲେ ଏତେ ଟଙ୍କା ବସନ୍ତଙ୍କ ପାଖକୁ ଆସିଲା କେଉଁଠୁ ଭିଜିଲାନ୍ସ ତା’ର ଛାନ୍‌ବିନ୍ କରୁଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button