ରାଜ୍ୟ

ଏହିପରି ପାପ କରୁଥିବା ମନୁଷ୍ୟଙ୍କୁ କେବେ ବି କ୍ଷମା କରନ୍ତି ନାହିଁ ମହାଦେବ, ଭୋଗିବାକୁ ପଡିଥାଏ ଭୟଙ୍କର ପରିଣାମ

ପ୍ରତିଦିନ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ଦ୍ଵାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତମାନଙ୍କର ସବୁ ମନୋକାମନାକୁ ମଧ୍ୟ ପୂରଣ କରିଥାନ୍ତି । ଭଗବାନ ଶିବଙ୍କୁ ଭୋଲେନାଥ କୁହାଯାଏ କିନ୍ତୁ କିଛି ପାପ ଏମିତି ଅଛି ଯାହାକୁ ମହାଦେବ କେବେ ବି କ୍ଷମା କରନ୍ତି ନାହିଁ । ହିନ୍ଦୁ ଧର୍ମ ଅନୁସାରେ କିଛି ପାପ ଏମିତି ଅଛି ଯାହାକୁ ମନୁଷ୍ୟ ନିଜ କାର୍ଯ୍ୟ ଦ୍ଵାରା, କଥା ଦ୍ଵାରା କିମ୍ବା ନିଜର ଭାବନା ଦ୍ଵାରା କରିଥାନ୍ତି । ସେଥିପାଇଁ ଭୋଲେନାଥ କେବଳ ଖରାପ କାମ କରୁଥିବା ଲୋକମାନଙ୍କୁ ନୁହେଁ ଖରାପ ଚିନ୍ତାଧାରା ରଖୁଥିବା ଲୋକମାନଙ୍କୁ ବି ସେ ପସନ୍ଦ କରନ୍ତି ନାହିଁ ।

ଚାଲନ୍ତୁ ଜାଣିବା ସେହି ପାପ ବିଷୟରେ

କୌଣସି ଅନ୍ୟ ବ୍ୟକ୍ତିର ଧନକୁ ପାଇବାର ଇଛା ରଖୁଥିବା

ଭୁଲରେ ବି କେବେ ବି ଅନ୍ୟ ବ୍ୟକ୍ତିର ଧନର ଦୁରୁପଯୋଗ କରିବା ଉଚିତ ନୁହେଁ । ଏହା ଛଡା ଯଦି ଆପଣ କାହା ଠାରୁ ଟଙ୍କା ନେଇଛନ୍ତି ତେବେ ତାହାର ପୁରା ଟଙ୍କାକୁ ଫେରାଇ ଦେବା ଉଚିତ । ଅନ୍ୟ ବ୍ୟକ୍ତିର ଧନ ଉପରେ ଖରାପ ନଜର ରଖୁଥିବା ଲୋକମାନଙ୍କୁ ଭୋଲେନାଥ ନିଶ୍ଚିତ ଦଣ୍ଡିତ କରିଥାନ୍ତି ।

କୌଣସି ଅନ୍ୟ ପତ୍ନୀ ଉପରେ ଖରାପ ଦୃଷ୍ଟି ରଖୁଥିବା ଲୋକମାନେ

କୌଣସି ବିବାହିତ ଦମ୍ପତିଙ୍କର ଜୀବନରେ ବିଷ ଭରୁଥିବା ଲୋକମାନେ ମହାଦେବଙ୍କ ନଜରରେ ବହୁତ ବଡ ପାପୀ ହୋଇଥାନ୍ତି । ସେଥିପାଇଁ ତ କୌଣସି ଅନ୍ୟର ପତ୍ନୀ ଉପରେ ଖରାପ ନଜର ରଖିବା ଉଚିତ ନୁହେଁ ।

ଅନ୍ୟଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିବା

ଅନ୍ୟ କାହା ପ୍ରତି ମନରେ ଖରାପ ଭାବନା ରଖିବା କିମ୍ବା ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିବା, ତାଙ୍କୁ ଦୁଃଖ ଦେବା ମଧ୍ୟ ବହୁତ ବଡ ପାପ ହୋଇଥାଏ ଏବଂ ଏହିଭଳି ଲୋକମାନେ ମହାଦେବଙ୍କୁ ବିଲକୁଲ ପସନ୍ଦ ନୁହନ୍ତି । ଭଗବାନଙ୍କୁ ନିଜ ଭଳି ସରଳ ଓ ସଚ୍ଚୋଟ ବ୍ୟକ୍ତି ପସନ୍ଦ ଅଟେ ।

ମହିଳାଙ୍କୁ ଅପମାନ କରିବା

ହିନ୍ଦୁ ଧର୍ମ ଅନୁସାରେ ସ୍ତ୍ରୀମାନଙ୍କୁ ଅପମାନ କରିବା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ମହିଳାଙ୍କୁ ଅପମାନ କରିବା କଥା ବି ମହାଦେବଙ୍କୁ ପସନ୍ଦ ନୁହେଁ ।

ଚୋରୀ

କୌଣସି ବ୍ରାହ୍ମଣର ଟଙ୍କା ଚୋରୀ କରିବା କିମ୍ବା କୌଣସି ମନ୍ଦିର ଭଳି ପବିତ୍ର ଜାଗାରୁ ଚୋରୀ କରିବା ଶିବଙ୍କୁ ପସନ୍ଦ ନୁହେଁ । ଏହିଭଳି ଲୋକମାନଙ୍କୁ ଭଗବାନ ନିଶ୍ଚିତ ଦଣ୍ଡିତ କରିଥାନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button