ରାଜ୍ୟ

ବଢ଼ିଲା ଶୀତ, କୋରାପୁଟରେ ପାରଦ ୧୧.୨ ଡିଗ୍ରୀ – Ibnodisha

[ad_1]

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇଛି। ଗତକାଲି ରାତିରେ କୋରାପୁଟରେ ସବୁଠୁ କମ୍‌ ୧୧.୨ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ଼ କରାଯାଇଥିଲା। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି ଯେ ଆଗାମୀ ୭ ଦିନ ଯାଏ ପାଗ ଶୁଖିଲା ରହିବ। ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ଆଗାମୀ ୨ରୁ ୩ ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ଖସିବ।

ଫଳରେ ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହୋଇପାରେ। ଗତକାଲି ରାତିରେ ଅନୁଗୋଳରେ ୧୪ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୪.୫, ଫୁଲବାଣୀରେ ୧୪.୮ ଏବଂ କେନ୍ଦୁଝରଗଡ଼ରେ ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିଲା। ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ରାୟଗଡ଼ାରେ ୬ ମିଲିମିଟର ଏବଂ କନ୍ଧମାଳ ଜିଲା କେ.ନୂଆଗାଁଠାରେ ୨.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବଲାଙ୍ଗୀର ଓ ଢେଙ୍କାନାଳରେ ଘନ କୁହୁଡ଼ି ଦେଖାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button