ରାଜ୍ୟ

ସିଲେଇ ଶିଖିବାକୁ ଯାଇ ନାବାଳିକା ନିଖୋଜ, ଥାନାରେ ମାମଲା ରୁଜୁ – Ibnodisha

[ad_1]

ବେତନଟୀସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ ଗ୍ରାମର ଜନୈକା ୧୬ବର୍ଷୀୟା ନାବାଳିକା ଯୁବତୀ ସିଲେଇ ଶିଖିବାକୁ ଯାଇ ଘରକୁ ନଫେରିବାରୁ  ତାଙ୍କର ମା’ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ମାଆ ସୁମିତ୍ରାଙ୍କ ଅଭିଯୋଗ ମୁତାବକ କେନ୍ଦୁଆ ଗ୍ରାମର ଶମ୍ଭୁ ସିଂର ନାବାଳିକା ଝିଅ ମାମାଲି ବୈଶିଙ୍ଗା ବଜାରକୁ ସିଲେଇ ଶିଖିବାକୁ କହି ଗତ ୧୫ ତାରିଖ ଦିନ ଘରୁ ବାହାରି ଯାଇଥିଲା। ହେଲେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଆଉ ଘରକୁ ଫେରିନଥିଲା। ପରିବାର ଲୋକ ବନ୍ଧୁବାନ୍ଧବ ସାଙ୍ଗସାଥି ଘର ସହିତ ଚାରିଆଡେ ଖୋଜାଖୋଜି କରି ନିରାଶ ହେବାପରେ ଥାନାର ଦ୍ୱାରସ୍ଥ ହୋଇ ନିଖୋଜ ଯୁବତୀଙ୍କ ମାଆ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ।ଅଭିଯୋଗ ପାଇ ପୁଲିସ ୩୦୭/୨୩ନଂ ରେ ଏକ ମାମଲା ରୁଜୁ କରି ନିଖୋକ ଯୁବତୀଙ୍କୁ ଖୋଜିବା ନିମିତ୍ତ ପ୍ରୟାସ ଆରମ୍ଭ କରିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button