ରାଜ୍ୟ

ପରେଡ କରୁଥିଲେ; ଅସୁସ୍ଥ ହୋଇପଡ଼ିଲେ ୫ ଛାତ୍ରୀ

ରେଡରେ ଭାଗ ନେବାବେଳେ ଅସୁସ୍ଥ ହୋଇ ପଡ଼ିଲେ ୫ ଜଣ ଛାତ୍ରୀ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ସ୍ୱାଧନତା ଦିବସ ପରେଡ ବେଳେ ଏପରି ଅଘଟଣ ଘଟିଛି। ଆହତ ଛାତ୍ରୀମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆନନ୍ଦପୁର ବ୍ରିଜ ଛକ ପଡ଼ିଆରେ ଉପଖଣ୍ଡ ସ୍ତରୀୟ ସ୍ୱାଧନତା ଦିବସ ପାଳିତ ହେଉଥିଲା। ଏହି ପରେଡରେ ବିଭିନ୍ନ ସ୍କୁଲର ପିଲାମାନେ ଅଂଶ ଗ୍ରହଣ କରିଥିଲେ।

ପରେଡ ଚାଲିଥିବା ବେଳେ ହଠାତ୍ ୫ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ଛାତ୍ରୀମାନେ ଅସୁସ୍ଥ ହୋଇପଡ଼ି ଥିବା ଅନୁମାନ କରାଯାଉଛି। ତେବେ ଏନେଇ ସ୍କୁଲ କର୍ତ୍ତୃପକ୍ଷ କି ମେଡିକାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button