୩୧,୦୨୩ କୋଟିର ୬ ପ୍ରକଳ୍ପ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ – Ibnodisha
[ad_1]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସମ୍ବଲପୁର ଗସ୍ତ ସମୟରେ ରାଜ୍ୟର ତିନିଟି ଶକ୍ତି ପ୍ରକଳ୍ପ ଓ ୩ଟି ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ କରିବେ। ଶକ୍ତି ପ୍ରକଳ୍ପଗୁଡ଼ିକରେ ଏନ୍ଟିପିସି ପକ୍ଷରୁ ୨୮,୯୭୮ କୋଟି ଟଙ୍କା ନିବେଶ କରାଯାଇଛି। ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକରେ ୨୦୪୫ କୋଟି ଟଙ୍କା ନିବେଶ ହୋଇଛି। ମୋଟ ଉପରେ ଏହି ୬ଟି ପ୍ରକଳ୍ପରେ ୩୧,୦୨୩ କୋଟି ଟଙ୍କା ନିବେଶ ହେଉଛି । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏନ୍ଟିପିସିର ଆଞ୍ଚଳିକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପୂର୍ବାଞ୍ଚଳ ୧ ଓ ୨) ସୁଦୀପ ନାଗ କହିଛନ୍ତି ଯେ ଏନ୍ଟିପିସିର ଦଲିପାଲି, ଏନ୍ଏସ୍ପିସିଏଲ୍ ରାଉରକେଲା ପିପି-୨ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ତାଳଚେର ସୁପର ଥର୍ମାଲ ପ୍ରୋଜେକ୍ଟ (ଟିଟିପିପି)ର ଦୁଇଟି ୟୁନିଟ୍ର ଶିଳାନ୍ୟାସ କରିବେ।
ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍ଏଚ୍ଏଆଇ)ର ଆଞ୍ଚଳିକ କହିଛନ୍ତି ଯେ ଲେନ୍ ବିଶିଷ୍ଟ ବାଇପାସ୍ ଅଧିକାରୀ ବିରେନ୍ଦ୍ର ସିଂହ ଏନ୍ଏଚ୍-୧୪୩ରେ ଚାରି ବୀରମିତ୍ରପୁରରୁ ବ୍ରାହ୍ମଣୀ ଏଣ୍ଡ ସେକ୍ସନ (୨୪.୧ କିମି), ବ୍ରାହ୍ମଣୀ ବାଇପାସ୍ରୁ ରାଜାମୁଣ୍ଡା ସେକ୍ସନ (୪୭ କିମି) ଏବଂ ଏନ୍ଏଚ୍-୫୨୦ରେ ଚାରି ଲେନ ବିଶିଷ୍ଟ ରିମୁଳିରୁ କୋଇଡ଼ା ସେକ୍ସନକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ। ଏହି ତିନି ପ୍ରକଳ୍ପରେ ଯଥାକ୍ରମେ ୬୭୯ କୋଟି ଟଙ୍କା, ୫୩୮ କୋଟି ଟଙ୍କା ଓ ୮୨୮ କୋଟି ଟଙ୍କାର ନିବେଶ ହୋଇଛି । କଟକ-ଅନୁଗୁଳ- ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ହେଉଥିବା ବିଳମ୍ବ ସମ୍ପର୍କର ଶ୍ରୀ ସିଂହ କହିଛନ୍ତି ଯେ କିଛି ଠିକାଦାର ଏନ୍ସିଏଲ୍ଟିକୁ ଯିବାରୁ କାମ ବାଧାପ୍ରାପ୍ତ ହୋଇଥିଲା।
ଏବେ ଉପ ଠିକାଦାରମାନଙ୍କୁ ନେଇ ସେହି କାମ କରାଯାଉଛି। କାମ ଦ୍ରୁତ ଗତିରେ ଆଗେଇ ଚାଲିଛି। ତେବେ, ଏନ୍ଟିପିସି ପକ୍ଷରୁ କୁହାଯାଇଛି ଯେ ଦର୍ଲିପାଲି ପ୍ରକଳ୍ପରେ ୧୪,୮୨୨ କୋଟି ଟଙ୍କା ନିବେଶ ହୋଇଥିବା ବେଳେ ସେଥିରୁ ୮୨୯ ମେଗାୱାଟ ବିଦ୍ୟୁତ ଶକ୍ତି ଓଡ଼ିଶାକୁ ମିଳିବ। ଏନ୍ଟିପିସି ଓ ସେଲ୍ ଦ୍ବାରା ଗଠିତ ଯୌଥ ଉଦ୍ୟୋଗ ଏନ୍ଏସ୍ସିଏଲ୍ର ରାଉରକେଲା ପିପି-୨ ପ୍ରକଳ୍ପରେ ୨୩୧୨ କୋଟି ଟଙ୍କା ନିବେଶ କରାଯାଇଛି। ତାଳଚେର ଥର୍ମାଲ ପାଓ୍ବାର ପ୍ରୋଜେକ୍ଟରେ ୧୧,୮୪୪ କୋଟି ଟଙ୍କା ନିବେଶ ହେବ।
ଏଥିରୁ ୬୬୦ ମେଗାଓ୍ବାଟ୍ ବିଦ୍ୟୁତ ଶକ୍ତି ଓଡ଼ିଶାକୁ ମିଳିବ। ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ଫାଟକ ସାମ୍ନାରେ ରହିଥିବା ବଜାରକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ଲାଗି କମ୍ପାନି ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛି। ବଜାର ହଟିଯିବା ପରେ ବିଭିନ୍ନ ନିର୍ମାଣ ଉପକରଣ ପରିବହନ ସହଜ ହେବ ବୋଲି ଏନ୍ଟିପିସି ପକ୍ଷରୁ କୁହାଯାଇଛି। ଏହି ଅବସରରେ ଏନଏସ୍ସିଏଲ୍ର ସିଇଓ ଦିବାକର କୌଶିକ, ତାଳଚେର ଥର୍ମାଲ୍ର ଇଡି ଗୌତମ ଦେବ, ଇଡି ହରଜିତ ସିଂହ, ତାଳଚେର କଣିହାଁର ବ୍ୟବସାୟ ମୁଖ୍ୟ ଅଶୋକ କୁମାର ସେହଗଲ, ଦର୍ଲିପାଲି ପ୍ରକଳ୍ପର ବ୍ୟବସାୟ ମୁଖ୍ୟ ହର୍ଷ ନାଥ ଚକ୍ରବର୍ତୀ, ସିଜିଏମ୍ (ଏଚ୍ଆର୍) ରଜନୀଶ ରୟୋଗୀ, ତ୍ରୀଦିବ ଦେବ ଉପସ୍ଥିତ ଥିଲେ।
[ad_2]