ରାଜ୍ୟ

ମହିଳାଙ୍କ ଆତ୍ମହତ୍ୟା – Ibnodisha

[ad_1]

ଓଡ଼ଗାଁ : ଓଡ଼ଗାଁ ଆଦର୍ଶ ଥାନା ଓଡ଼ଗାଁ ଏନ୍‌ଏସିର ଜାରିଙ୍ଗି ନୂଆସାହିରେ ରହୁଥିବା ଅରୁଣ ସାହୁଙ୍କ ସ୍ତ୍ରୀ ସରିତା ସାହୁ (୨୩) ଗୁରୁବାର ଅପରାହ୍ନରେ ବେକରେ ଧୋତି ଲଗାଇ ଘର ସେଣୀରେ ଲଟକି ପଡ଼ିଥିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି । ଓଡ଼ଗାଁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ଜବତ କରିଥିଲେ । ଆତ୍ମହତ୍ୟା ପାଇଁ ବ୍ୟବହୃତ ଲୁଗା ଓ ଚୌକିକୁ ମଧ୍ୟ ଜବତ କରିଥିଲେ । ଗୁରୁବାର ରାତି ହୋଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନଥିଲା । ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଜଣାପଡ଼ିନଥିବା ଥାନାପକ୍ଷରୁ ସୂଚନା ମିଳିଛି ।

The post ମହିଳାଙ୍କ ଆତ୍ମହତ୍ୟା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button