ଦେଶ

କେଜରିୱାଲଙ୍କୁ ଇଡିର ୩ୟ ସମନ୍‌ – Ibnodisha

[ad_1]

ନୂଆଦିଲ୍ଲୀ୍ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣିଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସମନ୍ ପଠାଇଛି । ଏହାକୁ ମିଶାଇ କେଜରିୱାଲଙ୍କୁ ଏହି ମାମଲାରେ ଇଡି ୩ୟ ଥର ପାଇଁ ସମନ୍ ପଠାଇଛି । ତେବେ ଏଥର ସମନରେ ଜାନୁଆରୀ ୩ରେ ହାଜର ହେବାକୁ ଇଡି ତାଙ୍କୁ କହିଛି । ଏହାପୂର୍ବରୁ ଗତ ୧୮ତାରିଖରେ ଇଡି କେଜରିୱାଲଙ୍କୁ ଦ୍ୱିତୀୟ ଥର ପାଇଁ ସମନ୍ ପଠାଇଥିଲା । ସେତେବେଳେ କେଜରିୱାଲ ୨୧ରେ ଉପସ୍ଥିତ ହେବାକୁ କହିଥିଲେ କିନ୍ତୁ ପରେ ସେ ୧ଠ ଦିନିଆ ବିପାସନା ଧ୍ୟାନ ଶିବିରକୁ ଚାଲିଯାଇଥିଲେ । ସେହିପରି ଏସବୁ ପୂର୍ବରୁ ଇଡି ନଭେମ୍ବର ୨ରେ କେଜରିୱାଲଙ୍କୁ ପ୍ରଥମ ସମନ୍ ପଠାଇଥିଲା । କିନ୍ତୁ ସେ ଏହି ନୋଟିସ୍‌କୁ ବେଆଇନ୍ ତଥା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ସେତେବେଳେ ଇଡି ସମ୍ମୁଖରେ ହାଜର ହୋଇନଥିଲେ । ତେବେ ଏବେ ତୃତୀୟ ସମନ୍ ପାଇବା ପରେ କେଜରିୱାଲ କ’ଣ ପ୍ରତିକ୍ରିୟା ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା । ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୬ରେ କେଜରିୱାଲଙ୍କୁ ସିବିଆଇ ଏହି ମାମଲାରେ ୯ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚୁରା କରିସାରିଛି । ଅନ୍ୟପକ୍ଷେ ଏହି ମାମଲାରେ ଆମ୍ ଆଦ୍‌ମୀ ପାର୍ଟି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସାଂସଦ ସଂଜୟ ସିଂହ ଏବେ ଜେଲରେ ଅଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button