ସରକାର ୬ଠ% ଜନତାଙ୍କ ସ୍ୱରକୁ ଚୁପ୍ କରିଛନ୍ତି: ରାହୁଲ ଗାନ୍ଧୀ – Ibnodisha
[ad_1]
ନୂଆଦିଲ୍ଲୀ: ୧୩ ତାରିଖ ଅର୍ଥାତ୍ ଗତ ବୁଧବାର ଦିନ ପାର୍ଲାମେଣ୍ଟ ସୁରକ୍ଷା ଉଲ୍ଲଂଘନ ସମୟରେ ସମସ୍ତ ବିଜେପି ସାଂସଦ ତୁରନ୍ତ ଧାଇଁ ପଳାଇଥିଲେ । ଯେତେବେଳେ ଅତିଥି ଗ୍ୟାଲେରୀରୁ ୨ ଯୁବକ ଲୋକସଭା ମଧ୍ୟଭାଗକୁ ଡେଇଁ ନାରାବାଜି ତଥା ପାଟିତୁଣ୍ଡ କରିଥିଲେ, ସେତେବେଳେ ବିଜେପି ସାଂସଦଙ୍କ ଭୟ ଦେଖିବାର ଥିଲା । ବିଜେପି ସାଂସଦମାନେ ନିଜକୁ ଦେଶଭକ୍ତ ବୋଲି ଦାବି କରୁଛନ୍ତି କିନ୍ତୁ ସେଦିନ ସେମାନଙ୍କ ଦେଶଭକ୍ତି ପାଣି ଫୋଟକା ପରି ମିଳେଇ ଯାଇଥିଲା । ଶାସକ ଦଳ ପ୍ରତି ଏପ୍ରକାର କିଛି କଟାକ୍ଷ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।ଶୀତ ଅଧିବେଶନ କାଳରେ ୧୪୬ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯିବା ପ୍ରତିବାଦରେ ଶୁକ୍ରବାର ଇଣ୍ଡିଆ ମେଣ୍ଟର ନେତାମାନେ ଜନ୍ତର-ମନ୍ତର ଠାରେ ଏକଜୁଟ୍ ହୋଇ ପ୍ରଦର୍ଶନ କରିଥିଲେ । ପ୍ରଦର୍ଶନର ନାମ ଗଣତନ୍ତ୍ର ବଚାଓ ପ୍ରଦର୍ଶନ ଭାବେ ଅଭହିତ କରାଯାଇଥିଲା । ପ୍ରଦର୍ଶନରେ କଂଗ୍ରେସ, ବାମପନ୍ଥୀ ଦଳ, ଡିଏମ୍କେ, ଏନ୍ସିପି, ସମାଜବାଦୀ ପାର୍ଟି, ନ୍ୟାସନାଲ କନଫରେନ୍ସ, ଟିଏମ୍ସି, ଜେଏମ୍ଏମ୍, ଆରଜେଡି ସମେତ ମୋଟ ୧୨ ବିରୋଧୀ ଦଳ ପ୍ରମୁଖ ସାମିଲ ରହିଥିଲେ । ଏହି ସମୟରେ ରାହୁଲ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି । ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ୧୪୬ ସାଂସଦଙ୍କୁ ନିଲମ୍ବନ କରାଯିବା ପ୍ରସଙ୍ଗରେ କହିଥିଲେ ଯେ, ମୋଦି-ଶାହା ଦେଶର ସମ୍ବିଧାନ, ଗଣତନ୍ତ୍ର ବ୍ୟବସ୍ଥାକୁ ଶେଷ କରିଦେବାକୁ ଯୋଜନା କରିଛନ୍ତି । ରାହୁଲ ନିଜ ଉଦ୍ବୋଧନରେ କହିଛନ୍ତି, ସଂସଦ ଭବନରେ ସେଦିନ ଯାହା କିଛି ଘଟିଗଲା ସେସମ୍ପର୍କରେ ସରକାରଙ୍କୁ ପ୍ରଶ୍ନ କରିବାର ଫଳ ମିଳିଛି ୧୪୬ ସାଂସଦଙ୍କୁ ନିଲମ୍ବନ ଭାବେ । ତେବେ ଅଭିଯୁକ୍ତମାନେ କିପରି ସଂସଦ ଭବନ ମଧ୍ୟକୁ ପ୍ରବେଶ କରିପାରିଲେ ଯାହାକି ମୂଳ ପ୍ରଶ୍ନ ସେସମ୍ପର୍କରେ ମଧ୍ୟ ସରକାର ଚୁପ୍ । ଯେଉଁ ବିଜେପି ସାଂସଦଙ୍କ ପାସ୍ ଯୋଗୁ ଅଭିଯୁକ୍ତମାନେ ସଂସଦ ଭିତରକୁ ଆସିଲେ ସରକାର ସେହି ସାଂସଦଙ୍କୁ ଗୋଟିଏ ଥର ମଧ୍ୟ ପ୍ରଶ୍ନ କରିନାହିଁ । ତେବେ ସଂସଦ ସୁରକ୍ଷାରେ ତ୍ରୁଟି ପଛର ଅସଲ ଉଦ୍ଦେଶ୍ୟ କଥା ଯଦି କହିବା ତେବେ ଦେଶରେ ବେରୋଜଗାରୀ ହାର ବୃଦ୍ଧି ପାଇବା ଏସବୁର ମୁଖ୍ୟକାରଣ ବୋଲି ଜଣାପଡେ । ସରକାର ଏସମ୍ପର୍କରେ ମଧ୍ୟ ଆଲୋଚନା କରିବାକୁ ଅମଙ୍ଗ ହେଉଛନ୍ତି । ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିବାରୁ ୧୪୬ ବିରୋଧୀ ସାଂସଦଙ୍କୁ ଗୃହରୁ ବାହାର କରିଦିଆଗଲା । ଏପରି କରି ମୋଦି ସରକାର ୬ଠ% ଦେଶବାସୀଙ୍କୁ ଚୁପ୍ କରିଦେଇଥିବା ରାହୁଲ କ୍ଷୋଭର ସହ କହିଛନ୍ତି ।
[ad_2]