ଅପରାଧ

ଶ୍ୱଶୁର ଘରୁ ଗର୍ଭବତୀ ବୋହୂର ଝୁଲନ୍ତା ମୃତ ଦେହ ଉଦ୍ଧାର – Ibnodisha

[ad_1]

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ମଇଁଷାମୁଣ୍ଡା ଗାଁରେ ଘଟିଛିଅଭାବନିୟ ଘଟଣା । ଜଣେ ଗର୍ଭବତୀ ମହିଳାଙ୍କୁ ତାର ଶ୍ୱଶୁର ଘର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକ ଝିଅର ଶ୍ୱଶୁର ଘର ଲୋକଙ୍କ ନାଁରେ ଅଭିଯୋଗ କରିଛନ୍ତି। ମୃତ ମହିଳା ଜଣଙ୍କ ସସ୍ମିତା ସାହୁ। ୮ ବର୍ଷ ତଳେ ସସ୍ମିତା ମଇଁଷାମୁଣ୍ଡା ଗାଁର ଦୀପକ ବେହେରାଙ୍କୁ ବିବାହ କରିଥିଲେ। ସୂଚନା ଅନୁଯାୟୀ, ବିବାହ ପରେ ଦୀପକ ସସ୍ମିତାଙ୍କୁ ମଦ ପିଇ ଆସି ମାରପିଟ କରୁଥିଲେ। ଏନେଇ ସସ୍ମିତା ପରିବାର ଲୋକଙ୍କୁ ଜଣାଇଥିଲେ। ଉଭୟ ପରିବାର ମଧ୍ୟରେ ଏନେଇ ବହୁଥର ବୁଝାମଣା ହୋଇଥିଲା। ସସ୍ମିତା ୮ ମାସର ଗର୍ଭବତୀ ଥିଲେ। ଗୁରୁବାର ସସ୍ମିତାଙ୍କ ଝୁଲନ୍ତା ମୃତଦେହ ତାଙ୍କ ଶ୍ୱଶୁର ଘରୁ ଉଦ୍ଧାର କରାଯାଇଥିଲା। ସସ୍ମିତାଙ୍କୁ ତାର ଶ୍ୱଶୁର ଘର ଲୋକ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button