ରାଜ୍ୟ

ରାସ୍ତାରେ ପଡିଲା ପେଟି ପେଟି ମଦ:ସବୁ ବୋହିଲେ ଲୋକେ

ଲଟିଲା ମଦ ବୋଝେଇ ଟ୍ରକ । ପେଟି ପେଟି ବିଦେଶୀ ମଦ ବୋହିନେଲେ ଲୋକେ । କଟକ ଜିଲ୍ଲା ସାଲେପୁର- ନନ୍ଦୋଲଗଡା ଭାତପଡା ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ଭାତପଡ଼ା ନିକଟରେ ମଦ ବୋଝେଇ ଗାଡ଼ି ସହ ଏକ ପିକ ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଶହ ଶହ ବୋତଲ ମଦ ବୋହି ନେଇଛନ୍ତି ଲୋକେ । ପୋଲିସ ପହଞ୍ଚି ବା ସମୟରେ ରାସ୍ତାରେ ଭଙ୍ଗା କାଚ ଗଦା ହେବା ସହ ଦୀର୍ଘ ଏକ ଘଣ୍ଟାରୁ ଉଦ୍ଧ୍ୱର୍ ହେବ ରାସ୍ତାରେ ଗାଡି ଚଳାଚଳ ବନ୍ଦ ସହ ରାସ୍ତା ଜାମ୍ ହୋଇଥିଲା ।ଏଭଳି କି ପୋଲିସ କୁ ରାସ୍ତା କ୍ଲିୟର କରିବାକୁ ନାକେଦମ୍ ହେବାକୁ ପଡ଼ିଥିଲା । ଶେଷ ରେ ନିଜେ ପୋଲିସ ରାସ୍ତା ସଫା କରି ଯାତାୟାତ ସ୍ଵାଭାବିକ କରିଥିଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button