ଚନ୍ଦ୍ରପୃଷ୍ଠରେ ମିଳିଳା ସଲ୍ଫର ସନ୍ଧାନ – Ibnodisha

[ad_1]
ବେଙ୍ଗାଲୁରୁ : ଚନ୍ଦ୍ରପୃଷ୍ଠରେ ସଲ୍ଫର ରହିଥିବା ସମ୍ପର୍କରେ ଚନ୍ଦ୍ରଯାନ-୩ ରୋଭର ‘ପ୍ରଜ୍ଞାନ’ ସୂଚନା ପଠାଇଛି । ଇସ୍ରୋ ପକ୍ଷରୁ ଗୁରୁବାର ପ୍ରଦତ୍ତ ସୂଚନା ଅନୁଯାୟୀ ସ୍ୱତନ୍ତ୍ର ଯନ୍ତ୍ରପାତି ସହାୟତାରେ ‘ପ୍ରଜ୍ଞାନ’ ସଲ୍ଫର ଉପସ୍ଥିତିକୁ ଠାବ କରିପାରିଛି । ତେବେ ଚନ୍ଦ୍ରର ଦକ୍ଷିଣ ମେରୁରେ ମିଳିଥିବା ସଲ୍ଫରର ଉପସ୍ଥିତି ନେଇ ବୈଜ୍ଞାନିକମାନେ ଦ୍ୱନ୍ଦ୍ୱରେ ପଡିଛନ୍ତି । ଚନ୍ଦ୍ରପୃଷ୍ଠରେ ସଲ୍ଫର ପ୍ରକୃତରେ ଗଚ୍ଛିତ ଅଛି କିମ୍ବା ଆଗ୍ନେୟଗିରିରୁ ଏହା ଉତ୍ପନ୍ନ ହୋଇଛି, ତାହା ପରବର୍ତ୍ତୀ ସମୟରେ ଯାଞ୍ଚ କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।
ସାଧାରଣତଃ ଆଗ୍ନେୟଗିରି ସକ୍ରିୟ ହେଲେ ସେଥିରୁ ସଲ୍ଫର ଉତ୍ପନ୍ନ ହୋଇଥାଏ । ପୂର୍ବରୁ ଚନ୍ଦ୍ରପୃଷ୍ଠରେ ଅମ୍ଳଜାନ, ଆଲୁମିନିୟମ, କ୍ୟାଲସିୟମ, କ୍ରୋମିୟମ୍, ଟାଇଟାନିୟମ, ମାଙ୍ଗାନିଜ୍, ସିଲିକନ୍ ଓ ଫେରସ୍ ୯ଲୁହା) ରହିଥିବା ସୂଚନା ପ୍ରଦାନ କରିଛି । ‘ପ୍ରଜ୍ଞାନ’ରେ ଖଞ୍ଜାଯାଇଥିବା ଲେଜର ଚାଳିତ ସ୍ପେକ୍ଟ୍ରୋସ୍କୋପ୍ ଜରିଆରେ ଏଭଳି ରାସାୟନିକ ପଦାର୍ଥର ସନ୍ଧାନ ମିଳିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ତେବେ ଚନ୍ଦ୍ରପୃଷ୍ଠରେ ହୃଦଯାନ (ହାଇଡ୍ରୋଜେନ୍) ଅଛି କି ନାହିଁ, ତାହା ‘ପ୍ରଜ୍ଞାନ’ ଯାଞ୍ଚ କରୁଥିବା ଜଣାପଡିଛି ।
[ad_2]




