ଅପରାଧ

ନାବାଳିକା ଅସଦାଚରଣ ମାମଲା; ଦୋଷୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ – Ibnodisha

[ad_1]

କଟକ: ନିଶ୍ଚିନ୍ତକୋଇଲି ନାବାଳିକା ଅସଦାଚରଣ ମାମଲାରେ କଟକର ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ପୋକ୍‌ସୋ କୋର୍ଟ ଦୋଷୀ ସାବ୍ୟସ୍ତ କରି ଉମେଶ ଚନ୍ଦ୍ର କାଣ୍ଡି (୪୬)କୁ୧୦ବର୍ଷ ସଶ୍ରମ ଜେଲ୍‌ଦଣ୍ଡ ପ୍ରଦାନ କରିଛନ୍ତି । ଏଥିସହିତ କୋର୍ଟ ଆସାମୀକୁ ୧୦ହଜାର ଟଙ୍କାର ଜୋରିମାନା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ଜୋରିମାନା ପ୍ରଦାନ ନ କରିପାରିଲେ ତାକୁ ଆଉ ଅଧିକ ୬ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ସେହିପରି କୋର୍ଟ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ପବ୍ଲିକ୍ ପ୍ରସିକ୍ୟୁଟର୍ ରମେଶ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ ।

କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ରାମରଙ୍ଗା ଅଞ୍ଚଳର ଅଭିଯୁକ୍ତ ଗତ ୨୦୧୪ ଡିସେମ୍ବର ୧୫ତାରିଖରେ ଏପରି ଘଟଣା ଘଟାଇଥିଲେ ବୋଲି ନିଶ୍ଚିନ୍ତକୋଇଲି ଥାନାରେ ସେହିଦିନ ଏତଲା ରୁଜୁ କରାଯାଇଥିଲା । ଏହି ଘଟଣାରେ ଆସାମୀର ପିତା ମହେଶ୍ୱର କାଣ୍ଡି (୮୦) ମଧ୍ୟ ପୀଡ଼ିତାଙ୍କ ମାଆକୁ ଗାଳିଗୁଲଜ କରିଥିଲା । ପୁଲିସ୍ ଘଟଣାର ତଦନ୍ତ କରି ଗିରଫ କରିବା ପରେ ୨୦୧୫ ମସିହା ଜୁଲାଇ ୨୯ତାରିଖରେ ଅଭିଯୁକ୍ତ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । କୋର୍ଟ ୧୨ ଜଣଙ୍କ ସାକ୍ଷ୍ୟପ୍ରମାଣ ଓ ୧୧ ପ୍ରାମାଣିକ ତଥ୍ୟକୁ ଆଧାର କରି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଅନ୍ୟ ପକ୍ଷରେ କୋର୍ଟ ପ୍ରୋବେସନ୍ ଅଫ୍ ଅଫେଣ୍ଡର୍ସ ଆଇନରେ ଦୋଷୀର ପିତା ମହେଶ୍ୱର କାଣ୍ଡି (୮୦)କୁ ଛାଡ଼ି ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button